ଜାତୀୟମନୋରଞ୍ଜନ

KKK12: ରୁବିନା ପରେ ବାହାରିଲେ ଏହି ଅଭିନେତ୍ରୀ, ଶୋ’କୁ ମିଳିଲା ଟପ୍‌-୩ ପ୍ରତିଯୋଗୀ !

ମୁମ୍ବାଇ :  କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଷ୍ଟଣ୍ଟ ଶୋ’ ‘ଖତରୋଁ କେ ଖିଲାଡି -୧୨’ । ବର୍ତ୍ତମାନ ଶୋ’ ବିଷୟରେ ବହୁତ ଆଲୋଚନା କରାଯାଉଛି । ଦକ୍ଷିଣ ଆଫ୍ରିକାର କେପଟାଉନରେ ଏହାର ସୁଟିଂ ଚାଲିଛି। ଟିଭିରେ ଶୋ ପ୍ରସାରିତ ହେବାର ୩ ସପ୍ତାହ ହୋଇଗଲାଣି। ହେଲେ ଏବେ ସମସ୍ତ ପ୍ରତିଯୋଗୀ ମୁମ୍ବାଇ ଫେରିଛନ୍ତି। ଏହି ଶୋ ବିଷୟରେ ଏବେ ଅନେକ ତଥ୍ୟ ମିଳିଛି। କିଏ ଶୋ’ରୁ ବାହାରିଲା ତ ଆଉ କିଏ କାହାର ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଲା? ଏହି ସମୟରେ, ଖବର ଆସିଛି ରୁବିନା ଦଲାଇକଙ୍କ ପରେ ଆଉ ଜଣେ ଟିଭି ଅଭିନେତ୍ରୀ ମଧ୍ୟ ବାହାରି ଯାଇଛନ୍ତି । ଏହିପରି, ଏହି ସିଜିନ୍‌ର ଟପ୍‌-୩ ପ୍ରତିଯୋଗୀମାନେ ମଧ୍ୟ ମିଳିଯାଇଛନ୍ତି।

ରୁବିନା ଦିଲାଇକ୍ ପ୍ର୍‌ଥମେ ଟପ୍‌ -୫ ରେ ପହଞ୍ଚିଥିଲେ। ତାଙ୍କର ଆରମ୍ଭରୁ ଷ୍ଟଣ୍ଟ ଦେଖି ଶୋ’ର ବିଜେତା ହେବେ ନେଇ କୁହାଯାଇଥିଲା । କିନ୍ତୁ ବସ୍ ଲେଡି ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ହିଁ ବାହାରି ଯାଇଥିଲେ । ରୁବିନାଙ୍କ ପରେ ଅଭିନେତ୍ରୀ ଜନ୍ନତ ଜୁବିଇରଙ୍କୁ ମଧ୍ୟ ବାହାରିଛନ୍ତି। ଜନତ୍‌ ଟପ୍‌-୪ରେ ରହିବା ପରେ ବାହାରି ଯାଇଥିଲେ। ଏବେ ଶୋ’ରେ ଟପ୍‌-୩ ରେ ସ୍ଥାନ ପାଇଥିବା ପ୍ରତିଯୋଗୀମାନେ ହେଉଛନ୍ତି ମିଷ୍ଟର ଫେଜୁ, ମୋହିତ ମଲିକ୍ ଏବଂ ତୁଶାର । ଏହି ତିନିଜଣଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com