ଜାତୀୟ

ଗୁଗୁଲ ଦେଲା ରିପୋର୍ଟ, ଗୁଗୁଲରେ ଭାରତୀୟଙ୍କ ଦବଦବା

କ୍ରିକେଟ୍ ମଇଦାନରେ ବିରାଟ କୋହଲି ଯେମିତି ଲୋକପ୍ରିୟ ଇଣ୍ଟରନେଟରେ ବି ସେମିତି ଲୋକପ୍ରିୟ । ଗୁଗୁଲ ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି । ଗତ ୨୫ ବର୍ଷ ମଧ୍ୟରେ କୋହଲି ସବୁଠୁ ଅଧିକା ସର୍ଚ୍ଚ ହୋଇଥିବା କ୍ରିକେଟର ଭାବେ ରହିଛନ୍ତି । ଏହି ତାଲିକାରେ ସଚିନ ତେନ୍ଦୁଲକର, ଏମଏସ ଧୋନି, ରୋହିତ ଶର୍ମାଙ୍କ ଭଳି ପ୍ରମୁଖ ଖେଳାଳି ଅଛନ୍ତି । କିନ୍ତୁ ଏ ସମସ୍ତ କ୍ରିକେଟରଙ୍କ ରେକର୍ଡ ଭାଙ୍ଗି ଗୁଗୁଲ ହିଷ୍ଟ୍ରିରେ \’ସର୍ବାଧିକ ସର୍ଚ୍ଚ କ୍ରିକେଟର\’ ଭାବରେ ଶୀର୍ଷରେ ରହିଛନ୍ତି କୋହଲି । ଯଦିଓ କ୍ରିକେଟରଙ୍କ ମଧ୍ୟରେ ବିରାଟ ଶୀର୍ଷରେ ରହିଛନ୍ତି ତଥାପି କ୍ରୀଡାବିତଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ଫୁଟବଲ ପ୍ଲେୟାର କ୍ରିଷ୍ଟିଆନୋ ରୋନାଲ୍ଡୋ ।

ସେହିପରି ଗୁଗଲ୍ ପ୍ରକାଶ କରିଥିବା ୨୦୨୩ ରିପୋର୍ଟ ଅନୁସାରେ, ଗତବର୍ଷ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ଖେଳାଳି ହେଉଛନ୍ତି ଶୁବମନ ଗିଲ୍ । କ୍ରିକେଟରଙ୍କ ମଧ୍ୟରେ ଗିଲ୍ ଟପରେ ଥିବାବେଳେ ବଲିଉଡ୍ କଳାକାରଙ୍କ ମଧ୍ୟରେ କିଆରା ଆଡଭାନୀ ଶୀର୍ଷରେ ଅଛନ୍ତି । ସର୍ଚ୍ଚ ଇଞ୍ଜିନ୍ ଜିଆଣ୍ଟ \’ଗୁଗଲ୍\’ ଏହାର ୨୫ ବର୍ଷର ସର୍ଚ୍ଚ ହିଷ୍ଟ୍ରିରେ ଏହି ତଥ୍ୟ ପ୍ରକାଶ କରିଛି। ତେବେ ୨୦୨୩ର ଟପ୍ ଟେନ୍ ସର୍ଚ୍ଚ ଲିଷ୍ଟରେ କିଆରା ଏବଂ ଶୁବମନଙ୍କୁ ଛାଡିଲେ ଅନ୍ୟମାନଙ୍କ ମଧ୍ୟରେ ରଚିନ ରବୀନ୍ଦ୍ର, ମହମ୍ମଦ ଶାମି, ଏଲଭିଶ ଯାଦ. ସିଦ୍ଧାର୍ଥ ମଲହୋତ୍ରା, ଗ୍ଲେନ ମାକ୍ସୱେଲ, ଡେଭିଡ ବେକହାମ୍, ସୂର‌୍ୟ୍ୟକୁମାର ଯାଦବ ଏବଂ ଟ୍ରାଭିସ ହେଡ୍ ତୃତୀୟରୁ ଦଶମ ସ୍ଥାନରେ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com