ଓଡ଼ିଶା

ସାମ୍ବିଧାନିକ ଭାବେ ଶପଥ ନେଲେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ, ୨୫/୦୭/୨୦୨୨ – ଶପଥ ନେଲେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସଂସଦ ଅଭିମୁଖେ ବାହାରିଥିଲେ ଦ୍ରୌପଦୀ । ସଂସଦର ସେଣ୍ଟ୍ରାଲ ହଲରେ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ସ୍ୱାଗତ ଜଣାଇଥିଲେ । ରାମନାଥ କୋବିନ୍ଦ ରାଷ୍ଟ୍ରପତି ଦାୟିତ୍ୱ ହସ୍ତାନ୍ତର କରିବାପରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ରମନା ଦ୍ରୌପଦୀଙ୍କୁ ଗୁପ୍ତ ଶପଥ ପାଠ କରାଇଥିଲେ । ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ । ଶପଥ ନେବାପରେ ଶପଥ ରେଜିଷ୍ଟରରେ ଦ୍ରୌପଦୀ ମୁର୍ମୁ ନିଜର ଦସ୍ତଖତ କରିଥିଲେ । ପରେ ଗୃହ ସଚିବ ଘୋଷଣାନାମା ଜାରି କରିଥିଲେ । ଏହି ଐତିହାସିକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ରାଜନାଥ ସିଂ, ଅମିତ ଶାହା, ସୋନିଆ ଗାନ୍ଧୀ, ଓଡିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ, ସମସ୍ତ ସାଂସଦ, ମୟୂରଭଞ୍ଜର ୬ ବିଧାୟକ ଓ ଦ୍ରୌପଦୀଙ୍କ ସମ୍ପର୍କୀୟଙ୍କ ସମେତ ତାଙ୍କର କିଛି ସାଙ୍ଗ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com