ଓଡ଼ିଶା

ଜମତରା ଗ୍ୟାଙ୍ଗ୍‌ର ୩ ସଦସ୍ୟ ଗିରଫ, ଲକ୍ଷେ ୧୩ ହଜାର ଟଙ୍କା ଜବତ

ସମ୍ବଲପୁର() ଜମତରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଅଇଁଠାପାଲୀ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ରହମତ ଅନସାରୀ, ଝାଡଖଣ୍ଡର ବିଶାଲ ପାଣ୍ଡେ, ବିହାରର ଶେଖର ଗୌତମ । ପୋଲିସ ଅଭିଯୁକ୍ତଙ୍କଠାରୁ ୧ ଲକ୍ଷ ୧୩ ହଜାର ୨୦୦ ଟଙ୍କା, ଗୋଟିଏ ଲାପଟପ, ବିଭିନ୍ନ କମ୍ପାନୀର ୯ଟି ମୋବାଇଲ, ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଅନୁଗୁଳିଆପଡାର ସରୋଜ ଦାସଙ୍କଠାରୁ ଏମାନେ ୨ ଲକ୍ଷ ଟଙ୍କା ସାଇବର ଠକେଇ ମାଧ୍ୟମରେ ଲୁଟ୍ କରିବା ପରେ ସରୋଜ ସମ୍ବଲପୁର ଅଇଁଠାପାଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏମାନଙ୍କୁ ଧରିବାରେ ସଫଳ ହୋଇଛି । ଗତ ୬ ତାରିଖରେ ସରୋଜ ଲୋନ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିବା ପରେ ତାହା ସଫଳ ହୋଇଥିଲା । ହେଲେ କିସ୍ତି ସୁଝିବା ପାଇଁ ଆବଶ୍ୟକ ପ୍ରକ୍ରିୟା ଶେଷ କରିବା ପାଇଁ ସରୋଜଙ୍କୁ ଫୋନ୍ କରି କହିଥିଲେ ଏମାନେ । ଫଳରେ ଆବଶ୍ୟକ ପ୍ରକ୍ରିୟା ସରୋଜ ଶେଷ କରି ନପାରିବାରୁ ଏମାନେ ସରୋଜଙ୍କୁ ଏନି ଡେକ୍ସ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ କହିବା ସହ ପରେ ପଇସା ଲୁଟି ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com