ଓଡ଼ିଶା

ଦୋଳାରେ ବୁହା ହୋଇ ନଦୀ ପାର ହେଲେ ଗର୍ଭବତୀ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ କୁସମଲା ଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଘଟଣା l ପାତ୍ରପୁର ବ୍ଲକ ବୁରାତଲ ପଞ୍ଚାୟତରୁ ମେଡିକାଲରେ ପହଞ୍ଚିବା ପାଇଁ ପୁଣି ଦୋଳାରେ ବୁହା ହୋଇ ବହୁ ଦୂର ଘାଟି ରାସ୍ତାରେ ଆସିଲେ ଗର୍ଭବତୀ । ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବୁରାତାଲ ପଞ୍ଚାୟତ କୁସମଲା ଗ୍ରାମର କାମରାଜୁ ଶବରଙ୍କ ପତ୍ନୀଙ୍କୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହି ଗ୍ରାମଟି ଘଞ୍ଚ ପାହାଡ ଉପରେ ରହିଥିବା ବେଳେ ତଳକୁ ଆସିବାକୁ ହେଲେ ୨୦ କିଲୋମିଟର ଘାଟି ରାସ୍ତା ପାଦରେ ଚାଲି ପାର ହେବାକୁ ପଡିଥାଏ । ପୂର୍ବରୁ ଏଠି କାହାର ପ୍ରଶବ ବଦନା ହେଲେ ଡାକ୍ତରଖାନା ଯାଉ ନଥିଲେ । ତେବେ କାମରାଜୁ ଶବରଙ୍କ ପତ୍ନୀ ଏହି ବେଦନାର କଷ୍ଟ ପାଉଥିବା ଖବର ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପାଇଥିଲେ । ଏହାପରେ ସେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଏହା ବ୍ଲକ ମୁଖ୍ୟାଳୟ ଠାରୁ ୪୫ରୁ ଉର୍ଦ୍ଧ କିଲୋମିଟର ହେଉଥିବା ବେଳେ ଉକ୍ତ ସ୍ଥାନକୁ ଆନ୍ଧ୍ର ପ୍ରଦେଶ ଦେଇ ଯିବାକୁ ପଡେ ଯାହାକୁ ନେଇ ଆମ୍ବୁଲାନ୍ସ କର୍ମଚାରୀ ପ୍ରଥମେ ମନା କରିଥିଲେ । ଏହାପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆମ୍ବୁଲାନ୍ସ ବାହାରି ଥିଲା । ଇତି ମଧ୍ୟରେ ଗ୍ରାମର ୨୦ରୁ ଉର୍ଦ୍ଧ ବ୍ୟକ୍ତି ମହିଳା ଜଣଙ୍କୁ ଦୋଳାରେ ବୋହି ମହେନ୍ଦ୍ର ତନୟା ନଦୀ ପାର କରାଇ ଆନ୍ଧ୍ରର କୁରୁଡାଲରେ ପହଞ୍ଚଇଥିଲେ । ଏହାପରେ ସେଠାରୁ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଆନ୍ଧ୍ରର ସୋନପେଟା ଘାଟିମୁକୁନ୍ଦପୁର ରାସ୍ତା ଦେଇ ପାତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com