ଅନ୍ତର୍ଜାତୀୟ

ଗାଜାରେ ନେତାନ୍ୟାହୁ

ଗାଜାର କିଛି ଭାଗକୁ ଇସ୍ରାଏଲୀ ସୈନ୍ୟ ଦଖଲ କରିଥିବାବେଳେ ସେମାନଙ୍କ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନିଜ ବରିଷ୍ଠ ସହଯୋଗୀମାନଙ୍କ ସହିତ ରବିବାର ହମାସ୍‌ ଶାସିତ ଉପକୂଳ ଷ୍ଟ୍ରିପ୍‌କୁ ପ୍ରବେଶ କରିଛନ୍ତି।

ଯୁଦ୍ଧ ଶେଷ ହେବା ଯାଏ ଲଢ଼େଇ ଜାରି ରହିବ କହି ନେତାନ୍ୟାହୁ ଇସ୍ରାଏଲୀ ସୈନ୍ୟମାନଙ୍କ ମନୋବଳ ବଢ଼ାଇଛନ୍ତି। ଗାଜାରେ ନେତାନ୍ୟାହୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସେ କମାଣ୍ଡର ଓ ସୈନ୍ୟମାନଙ୍କ ସହ ହମାସ୍‌ ଆତଙ୍କବାଦୀଙ୍କ ଏକ ଟନେଲକୁ ଯାଇ ଦେଖିଥିଲେ।

Related Articles

Back to top button