ଓଡ଼ିଶା

ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ମନ୍ଦିରରୁ ୧୦ କେଜି ଓଜନ ରୁପା ମୂର୍ତ୍ତି ଚୋରି କରିନେଲେ

ଆନନ୍ଦପୁର: ଘଷିପୁରା ଥନା ଦେଓଗାଁ ଠାରେ ଅବସ୍ଥିତ କେନ୍ଦୁଝର ଜିଲ୍ଲାର ସର୍ବ ପ୍ରାଚୀନ ଶୈବପୀଠ ବାବା କୁଶଳେଶ୍ୱରଙ୍କ ମନ୍ଦିର ରୁ ଚୋରୀ ହୋଇଛି । ଗତକାଲି ରାତିରେ କେହି ଦୃର୍ବୃତ୍ତ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦୀର ଫାଟକ ତାଲାଭାଙ୍ଗି ରୁପାରେ ନିର୍ମିତ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି କରିନେଇଛନ୍ତି ।

ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦ କେଜି ହୋଇଥିବାବେଳେ ଏହା କେଉଁ କାଳରୁ ଏଠାରେ ପୂଜା ପାଇ ଆସୁଥିଲେ । ଆଜି ସକାଳୁ ନୀତିକାନ୍ତି ପାଇଁ ମନ୍ଦିର ଖୋଲିବା ସମୟରେ ଚୋରି ଘଟଣା ସାମ୍ନାକୁ ଆସିବାପରେ ପୋଲିସକୁ ଖବର କରିବାରୁ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଚୋରି ଘଟଣାକୁ ନେଇ ମନ୍ଦିର ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ । ସ୍ଥାନିୟ ଅଞ୍ଚଳର ମଠ ମନ୍ଦିରରୁ ବାରମ୍ଭାର ଚୋରି ନେଇ ଅସୋନ୍ତୋଷ ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com