ଜାତୀୟ
୭୪ ଦିନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହେବେ- ଉଦୟ ଉମେଶ ଲଳିତ
ନୂଆଦିଲ୍ଲୀ, ୦୫/୦୮/୨୦୨୨ – ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରର ମୁଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମନ୍ନାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୬ ତାରିଖରେ ସମାପ୍ତ ହେବ । ତାଙ୍କ ପରେ ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨୭ ତାରିଖରେ ସୁପ୍ରିମକୋର୍ଟର ୪୯ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ପ୍ରଥମ ବିଚାରପତି ଭାବେ ସେ ଜଣେ ଓଡ଼ିଆ ରାଷ୍ଟ୍ରପତିଙ୍କ ଦ୍ୱାରା ଶପଥ ପାଠ କରିବେ । ହେଲେ ସବୁଠାରୁ ବଡ କଥା କି ସେ ମାତ୍ର ୨ ମାସ ୧୪ ଦିନ ଅର୍ଥାତ ୭୪ ଦିନ ପାଇଁ ଏହି ପଦରେ ଅଧିଷ୍ଠିତ ରହିବେ । କାରଣ, ଲଳିତ ନଭେମ୍ବର ୮ ତାରିଖରେ ଅବସର ନେବେ ।