ଜାତୀୟରାଜନୀତି

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର  ସକାଳ ୧୦ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ  । ସଂସଦ ଭବନରେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା, କଂଗ୍ରେସ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି  । ସନ୍ଧ୍ୟା ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ  ।  ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବାକୁ ସାଂସଦଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏଥର ଇଲେକ୍ଟୋରାଲ କଲେଜ ସଦସ୍ୟଙ୍କ ସଂଖ୍ୟା ୭୮୮ ରହିଛି । ଏଥି ମଧ୍ୟରୁ ରାଜ୍ୟସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତ ସଦସ୍ୟ ରହିଛନ୍ତି । ସେହିପରି ଲୋକସଭାର ୫୪୩ ନିର୍ବାଚିତ ସଦସ୍ୟ ରହିଛନ୍ତି । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ସହଜରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ । ବିଜେପି ସହ ଆଞ୍ଚଳିକ ଦଳ ବିଜେଡି, ଜନତା ଦଳ (ୟୁନାଇଟେଡ), ୱାଇଏସଆରସିପି, ବିଏସପି, ଏଆଇଏଡିଏମକେ, ଶିବସେନା ସାଂସଦଙ୍କ ଭୋଟ  ଧନଖରଙ୍କୁ ମିଳିବ । ସେହିଭଳି ରାଜ୍ୟସଭାରେ ଧନଖରଙ୍କୁ ୯୧ ସଦସ୍ୟଙ୍କ ସମର୍ଥନ ମିଳିଥିବାରୁ ଏହା ତାଙ୍କ ପ୍ରତିଦ୍ବନ୍ଦୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ସେପଟେ ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ୍, ଟିଆରଏସ୍, ସିପିଆଇ, ସିପିଏମ୍, ଆରଜେଡି, ଡିଏମକେ, , ଜେଏମଏମ୍, ଆରଏଲଡି ଭଳି ଦଳ ସମର୍ଥନ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com