Breaking NewsFeaturedଜାତୀୟରାଜନୀତି

ଟ୍ବିଟର୍‌ରେ ଚାଲିଛି ରାଜନୀତିକ ଛକା-ପଞ୍ଝା, Smruti-Rahulଙ୍କ ମଧ୍ୟରେ କଡ଼ା ଟକ୍କର୍

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଜେପିକୁ ଟାର୍ଗେଟ୍‌ କଲା କଂଗ୍ରେସ। ଆଉ କଂଗ୍ରେସକୁ କଡ଼ା ଜବାବ ଦେଲା ବିଜେପି। ଏଭଳି ବାକ୍‌ ଯୁଦ୍ଧ ଚାଲିଛି ସୋସିଆଲ୍‌ ମିଡିଆରେ। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ଚାଲିଛି ରାଜନୀତିକ ଛକା-ପଞ୍ଝା। କଂଗ୍ରେସ ପକ୍ଷରୁ ପ୍ରଥମେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ନିଖୋଜ ଥିବା ନେଇ ଟ୍ୱିଟ କରାଯାଇଥିଲା। ଏହା ପରେ କଟାକ୍ଷ କରି ଜବାବ ଦେଇଛନ୍ତି ସ୍ମୃତି ଇରାନୀ। କହିଛନ୍ତି ମୁଁ ତ ଆମେଠିରେ ଅଛି, ରାହୁଲଙ୍କୁ ଖୋଜ- ଆମେରିକାରେ ପାଇବ। ଏଭଳି କିଛି ଟିପ୍ପଣୀ ଦେବା ପରେ ରାଜନୀତିକ ଚର୍ଚ୍ଚା ସରଗରମ ହୋଇଛି।

ପ୍ରଥମେ କଂଗ୍ରେସ ପକ୍ଷରୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସ୍ମୃତି ଇରାନୀଙ୍କ ଏକ ଫଟୋ ପୋଷ୍ଟ କରାଯାଇ ନିଖୋଜ ବୋଲି ଲେଖା ଯାଇଥିଲା। ତେବେ ପୋଷ୍ଟ ହେବାର ପ୍ରାୟ ଘଣ୍ଟାକ ପରେ ସ୍ମୃତି ଇରାନୀ   କଡ଼ା ଜବାବ ଦେଇଛନ୍ତି। ପୂର୍ବ ସାଂସଦ ରାହୁଲ ଗାନ୍ଧିଙ୍କୁ ଖୋଜୁଥିଲେ ଆମେରିକା ସହ ସମ୍ପର୍କ କରନ୍ତୁ ବୋଲି କହିଛନ୍ତି। କଂଗ୍ରେସ ଟ୍ୱିଟରର ଜବାବ ଦେଇ ସେ କହିଛନ୍ତି, ମୁଁ ଏବେ ଆମେଠି ଲୋକସଭା କ୍ଷେତ୍ରର ଏକ ଗାଁରେ ଅଛି। କିନ୍ତୁ ସେ ନିଜ ନିର୍ବଚାନ ମଣ୍ଡଳୀକୁ ଯାଉନଥିବା ନେଇ କଂଗ୍ରେସ ସମାଲୋଚନା କରୁଥିଲା। ସେପଟେ ସ୍ମୃତି ଗତ ବୁଧବାର ଆମେଠି ଯାଇଥିବା ବେଳେ କଂଗ୍ରେସ କରିଥିବା ଟ୍ୱିଟର ଜବାବ ଦେଇଛନ୍ତି।

ରାହୁଲ ଗାନ୍ଧିଙ୍କ ଆମେରିକା ଗସ୍ତକୁ ଟାର୍ଗେଟ କରି ସ୍ମୃତି କହିଛନ୍ତି ଯେ ଯିଏ ନିଜ ସଂସଦୀୟ କ୍ଷେତ୍ରରେ କିଛି ଆଖିଦୃଶିଆ କାମ କରିପାରି ନାହାନ୍ତି, ସେ ବିଦେଶ ଯାଇ ଭାରତର ଅପମାନ କରୁଛନ୍ତି। ୨୦୧୪ ପୂର୍ବର ଭାରତ ଓ ଏହା ପର ଭାରତ ମଧ୍ୟରେ ବହୁ ଫରକ ଅଛି। ଦେଶକୁ ଗାନ୍ଧି ପରିବାରଠୁ ମୁକ୍ତି ମିଳି ଯାଇଛି ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଇରାନି। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲଙ୍କୁ ହରାଇ ସ୍ମୃତି  ଆମେଠି ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ରାହୁଲ ଗାନ୍ଧି ୨୦୧୯ରେ ଉଭୟ ଆମେଠି ଓ ୱାଇନାଡରୁ ନିର୍ବାଚନ ଲଢ଼ିଥିବା ବେଳେ ଆମେଠିରୁ ହାରି ଯାଇଥିଲେ। ତେବେ ୱାଇନାଡରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ନିକଟରେ ଏକ ମାନହାନୀ ମାମଲାରେ ତାଙ୍କୁ ୨ ବର୍ଷ ଦଣ୍ଡାଦେଶ ମିଳିଥିଲା। ଆଉ ପରିଣାମ ସ୍ଵରୂପ ସେ ନିଜ ସାଂସଦ ପଦ ହରାଇ ସାରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com