Featuredଓଡ଼ିଶା

ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ,ଶୁଭେଚ୍ଛା ଜଣାଇଲା ପୋଲିସ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ମାଓବାଦୀ ସସ୍ମିତା ପାଟମାଝି ଓ ଫୁଲବତୀ ଉସେଣ୍ଡୀ I ଏହି ଦୁଇ ମାଓବାଦୀଙ୍କ ମଧ୍ୟରୁ ସସ୍ମିତା ୨୦୧୮ ରେ ମାଓ ସଂଗଠନରେ ଯୋଗ ଦେଇଥିଲେ I ପ୍ରାୟ ଦେଢ଼ ବର୍ଷ ସଂଗଠନରେ କାର୍ଯ୍ୟ କରିବା ପରେ ୨୦୧୯ ରେ କାଣ୍ଡମାଳ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ I ସେହିପରି ଫୁଲବତୀ ଉସେଣ୍ଡୀ ୨୦୦୮ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ I ସେ ଦୀର୍ଘ ୧୩ ବର୍ଷ ସଂଗଠନରେ କାର୍ଯ୍ୟ କରିବା ପରେ ୨୦୨୧ ମସିହାରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ନିକଟରେ ଆତ୍ମସମର୍ପଣ କରିଥିଲେ I

ଏହି ଦୁଇ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା I ସେମାନେ ବିବାହ କରିବାକୁ ମନସ୍ତ କରିଥିବାରୁ ଆଜି ତାଙ୍କ ପସନ୍ଦରେ ବିବାହ କରାଯାଇଥିଲା I ସସ୍ମିତା ଓ ଫୁଲବତୀଙ୍କ ବୈବାହିକ ଜୀବନ ସୁଖ ସମୃଦ୍ଧିରେ ଭରି ଉଠୁ ବୋଲି କନ୍ଧମାଳ ପୋଲିସ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଥିଲା I

 

Related Articles

Back to top button
WP Twitter Auto Publish Powered By : XYZScripts.com