ଜାତୀୟ

ଷ୍ଟକ ବଜାର ପାଇଁ ଅଶୁଭ ସୋମବାର, ନିବେଶକ ହରାଇଲେ ୯ ଲକ୍ଷ କୋଟି

ମୁମ୍ବାଇ() ଭାରତୀୟ ଷ୍ଟକ ବଜାର ପାଇଁ ସୋମବାରଦିନଟି ବେଶ ଅଶୁଭ ସାବ୍ୟସ୍ତ ହୋଇଛି । ଉଭୟ ସେନସେକ୍ସ ଓ ନିଫଟିରେ ପ୍ରବଳ ହ୍ରାସ ପରିଲକ୍ଷିତ ହେବା ଯୋଗୁଁ ନିବେଶକମାନେ ଅତିକମରେ ୯ ଲକ୍ଷ ୧୫ ହଜାର କୋଟି ଟଙ୍କାର କ୍ଷତି ସହିଥିବା ଅନୁମାନ କରାଯାଉଛି ।

ବମ୍ବେ ଷ୍ଟକ ଏକ୍ସେଚେଞ୍ଜର ସୂଚକାଙ୍କ ସେନସେକ୍ସ ଆଜି  ୧୮୧ ପଏଣ୍ଟ ହ୍ରାସ ସହ ଆରମ୍ଭ ହୋଇଥିଲା । ଦିନ ମଧ୍ୟରେ ଏହା ପ୍ରାୟ ୨ ହଜାର ପଏଣ୍ଟ ହ୍ରାସ ପାଇଥିଲା । ପରେ ସ୍ଥିତିରେ ଟିକିଏ ସୁଧାର ଆସିବାରୁ ସେନସେକ୍ସ ନିଜର କ୍ଷତିକୁ କିଛିଟା ଭରଣା କରିଥିଲା । ଶେଷରେ  ୧୫୪୫.୬୭ ପଏଣ୍ଟ ହ୍ରାସ ସହ ୫୭,୪୯୧.୫୧ ପଏଣ୍ଟ ସହ ବନ୍ଦ ହୋଇଥିଲା । ଅନ୍ୟପକ୍ଷରେ ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟୀ ୬୧ ପଏଣ୍ଟ ହ୍ରାସ ସହ ଖୋଲିଥିଲା । ପରେ ଏହି ହ୍ରାସ ମାତ୍ରା ବଢିଚାଲିଥିଲା । ଦିନ ମଧ୍ୟରେ ନିଫଟୀ ସର୍ବାଧିକ ୫୦୦ ପଏଣ୍ଟ ହ୍ରାସ ପାଇଥିଲା । ବନ୍ଦ ହେବା ବେଳକୁ ନିଫଟୀ ନିଜର କ୍ଷତିକୁ କିଛିଟା ଭରଣା କରିବା ସହ ୪୬୮ ପଏଣ୍ଟ ହ୍ରାସ ପାଇ ୧୭୧୪୯ ପଏଣ୍ଟରେ ବନ୍ଦ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com