ଐତିହ୍ୟ ଓ ସଂସ୍କୃତି

ସପ୍ତାହକୁ ଅନ୍ତତଃ ଗୋଟିଏ ଦିନ  ହସ୍ତତନ୍ତ୍ର ବସ୍ତ୍ର ପିନ୍ଧିବାକୁ ଅରବିନ୍ଦ ପାଢ଼ୀଙ୍କ ଅନୁରୋଧ

ଭୁବନେଶ୍ୱର, ୧୦/୦୮/୨୦୨୨-  ଓଡିଶାର ଐତିହ ଆଉ ପରମ୍ପରାକୁ ପ୍ରୋତ୍ସାହନ ଦେବାକୁ ଯାଇ ସପ୍ତାହକୁ ଅନ୍ତତଃ ଗୋଟିଏ ଦିନ  ହସ୍ତତନ୍ତ୍ର ବସ୍ତ୍ର ପିନ୍ଧିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି  କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ । ଆମ ରାଜ୍ୟର କଳା ଆଉ ପରାମ୍ପରାକୁ ଜୀବିତ ରଖିବା ପାଇଁ ଅରବିନ୍ଦଙ୍କ ଦ୍ୱାରା ନିଆଯାଇଥିବା ଏହା ଏକ ଅଭିନବ ପ୍ରୟାସ ଅଟେ ।

ଏହି ପ୍ରୟାସ ଏମ୍ସରେ ମଧ୍ୟ କାର୍ଯ୍ୟକାରୀ ହୋଇଛି । ଏମ୍ସର ଡାକ୍ତରମାନେ ମଧ୍ୟ ସପ୍ତାହକୁ ଥରେ ହସ୍ତତନ୍ତ୍ର ବସ୍ତ୍ର ପିନ୍ଧିକି ଆସୁଛନ୍ତି । ତେବେ ଆମ ରାଜ୍ୟର କଳା ପରମ୍ପରାକୁ ସମ୍ପୃଦ୍ଧ କରିବା ଦିଗରେ ଏହା ଏକ ବଡ ପଦକ୍ଷପ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ଆମ ରାଜ୍ୟର ବୁଣାକାର ମାନଙ୍କୁ ପ୍ରୋତ୍ସାହନ ମିଳିବା ସହିତ ବହୁ ଲୋକ ଏହି ଦିଗ ଆଡକୁ ଆକୃଷ୍ଟ ହେବେ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com