ଐତିହ୍ୟ ଓ ସଂସ୍କୃତି

ତାରକ ମେହେତା କା… ପ୍ରଯୋଜକ ସମେତ ୩ ଜଣଙ୍କ ନାଁରେ ସାଂଘାତିକ ଅଭିଯୋଗ

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ବିବାଦରେ ଫସିଛନ୍ତି ଚର୍ଚ୍ଚିତ ସିରିଏଲ ତାରକ ମେହେତା କା ଉଲଟା ଚଷମାର ପ୍ରଯୋଜକ ଅସିତ ମୋଦି । ଟ୍ରେଣ୍ଡିଂରେ ଥିିବା ଏହି ସୋରେ ମିସେସ ରୋଶନ ସିଂହ ସୋଢି ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରୀ ସବୁଦିନ ପାଇଁ ଶୋ’କୁ ଛାଡିଦେଇଛନ୍ତି । ଶୋ’ ଛାଡ଼ିବା ପରେ ଅଭିନେତ୍ରୀ ଜଣକ ପ୍ରଯୋଜକ ଅସିତ ମୋଦି, ପ୍ରୋଜେକ୍ଟ ହେଡ୍ ସୋହିଲ ରୋମାନି ଏବଂ ସହ ନିଦେ୍ର୍ଦଶକ ଜତିନ ବଜାଜଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ଏନେଇ ମୁମ୍ବାଇ ପୋୱଇ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ଏଥିରେ ସମ୍ପୃକ୍ତ ଲୋକଙ୍କ ବୟାନ ରେକର୍ଡ କରାଯିବ ।

ଗତ କିଛି ଦିନ ହେବ ତାକର ମେହେତା ସିରିଏଲ ବିବିଦ ଯୋଗୁଁ ଚର୍ଚ୍ଚାରେ ରହିଛି । ଜେନିଫର ଅସିତ ମୋଦିଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ, ସେ ତାଙ୍କୁ ଏକୁଟିଆ କୋଠରୀକୁ ଡାକୁଥିଲେ । ଥରେ ତାଙ୍କ ଓଠକୁ ନେଇ ଅଶ୍ଲୀଳ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଗୋଟିଏ ଦିନ ଛୁଟି ନେବା ପରେ ସେଟରେ ମଧ୍ୟ ସହିତ ଖରାପ ବ୍ୟବହାର କରିଥିଲେ । ଅନ୍ୟପଟେ ଅସିତ ମୋଦି ଏବଂ ତାଙ୍କ ଟିମ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଏହି ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ତାରକ ମେହେତା କା ଉଲଟା ଚଷମା ଟିମ୍ ପକ୍ଷରୁ କୁହାଯାଇଛି ଏହି ମାମଲାରେ ଆଇନଗତ ଉପାୟରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ସେ ନିଜର ପବ୍ଲିସିଟି ପାଇଁ ସୋକୁ ବଦନାମ କରୁଛନ୍ତି । ଖାଲି ଏତିକି ନୁହେଁ ତାରକ ମେହେତାର ନିର୍ମାତା ଅଭିନେତ୍ରୀ ଜେନିଫରଙ୍କ ଆଚରଣ ଏବଂ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଜେନିଫର ଶୁଟିଂ ସେଟରେ ଶୃଙ୍ଖଳାରେ ରୁହନ୍ତି ନାହିଁ କି କାହା କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । କାମରେ କେତେବେଳେ ତାଙ୍କର ଧ୍ୟାନ ନଥିଲା । ଶୁଟିଂ ଶଷେଦିନ ସେ ସମସ୍ତଙ୍କ ସାମ୍ନାରେ ଟିମକୁ ଗାଳି କରିଥିଲେ । ଏବଂ ଘଟଣା ଦିନ ଅସିତ ମୋଦି ଆମେରିକାରେ ଥିଲେ । ଭିତ୍ତିହୀନ ଅଭିଯୋଗ କରି ସେ ଶୋକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।

ବର୍ତ୍ତମାନ ପୁଲିସ ଏହି ଘଟଣାର ତଦନ୍ତ କରୁଛି । ଏଠି କହିରଖୁଛୁ ଯେ ଜେନିଫର ତାଙ୍କ ଶେଷ ଶୁଟିଂ ମାର୍ଚ୍ଚ ୭ରେ କରିଥିଲେ । ଗତ ଦୁଇ ମାସ ହେବ ସେ ଶୁଟିଂ କରିନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com