ଐତିହ୍ୟ ଓ ସଂସ୍କୃତି

ବ୍ରହ୍ମପୁରରେ ଓଡ଼ିଶା ନାଟ୍ୟସଂଘ ଦିବସ ପାଳିତ

ବ୍ରହ୍ମପୁର, ୨୭/୦୯/୨୦୨୨-  ବ୍ରହ୍ମପୁର ଉତ୍କଳ ଆଶ୍ରମ ସ୍ଥିତ ସଭାକକ୍ଷରେ ସୋମବାର ସନ୍ଧ୍ୟାରେ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି । ୧୯୮୮ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଓଡ଼ିଶା ନାଟ୍ୟସଂଘ ଆଜି ସାରା ଓଡ଼ିଶାରେ ପ୍ରସାର ହୋଇଛି । ନାଟ୍ୟ ସଂଘର ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ଓଡ଼ିଶାର ୩୦ଟି ସ୍ଥାନରେ ଏକ ସମୟ ଏକା ଦିନରେ ଏହି ନାଟ୍ୟସଂଘ ଦିବସ ପାଳନ କରାଯାଇଛି । ବ୍ରହ୍ମପୁରରେ ଓଡ଼ିଶା ନାଟ୍ୟସଂଘର ଉପଦେଷ୍ଟା ନାଟ୍ୟକାର ରମେଶ ମହାରଣା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।

ଆୟୋଜିତ ଏହି ସଭାରେ ବରିଷ୍ଠ ନାଟ୍ୟକାର ଡ. ରମାରମଣ ପାଢ଼ୀ, ମଞ୍ଚ ଅଭିନେତା ତଥା ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ସଭାପତି ଡା. ତିରୁପତି ସାହୁ, ନାଟ୍ୟସଂଘର ସହ ସଂପାଦକ ରାମଚନ୍ଦ୍ର ସାସମଲ, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଦସ୍ୟ ଅନୀଳ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ସଂଯୋଜକ ଡ. ମିହିର କୁମାର ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ଅଭିନେତା ଟି. ଆପାରାଓ, ସୋମନାଥ ବେହେରା,ନଳିନୀକାନ୍ତ ଗୌଡ଼, ଉଷାରାଣୀ ମହାପାତ୍ର, କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଗୋକୁଳ ତ୍ରିପାଠୀ, ସଂଗୀତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସ୍ବାଇଁ, ରବୀନ୍ଦ୍ର କୁମାର ନାୟକ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଆରତି ପାତ୍ର,କିରଣବାଳା ମିଶ୍ର ପ୍ରମୁଖ ଯୋଗଦେଇ ଓଡ଼ିଆ ମଞ୍ଚ ନାଟକର ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା କରିଥିଲେ । ଶେଷରେ ଉପସଭାପତି ଇଂ. ମନୋଜ ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com