ବିଜ୍ଞାନ ଓ ପ୍ରଯୁକ୍ତି

ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ପରିସରରେ ବ୍ଳକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପୁରୁଷୋତ୍ତମପୁର, ୦୧/୧୧/୨୦୨୨-   ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ପରିସରରେ ବ୍ଳକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତ୍ତିଭାସନ, ପ୍ରୋବେସନାଲ ଆଇଏଏସ ଦିନା ଦସ୍ତାଗିର, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ ପୁରୁଷୋତ୍ତମପୁର ଏସଡିପିଓ ରଜନୀ କାନ୍ତ ସାମଲଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ବିଡ଼ିଓ ବିଜୟ କୁମାର ବେହେରାଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶୁଣାଣିର ମୋଟ ୨୬୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ।

ସେଥିମଧ୍ୟରୁ ଅଧିକାଂଶ ଅଭିଯୋଗ ଭତ୍ତା, ରାସନ୍ କାର୍ଡ,ଆବାସ ଯୋଜନା ସମ୍ବନ୍ଧୀୟ ଥିଲା। ପଞ୍ଚାୟତ ମାନଙ୍କରେ ରାସ୍ତା ଓ ପୋଖରୀ ନିର୍ମାଣ ରେ ଜାଗା ସମ୍ବନ୍ଧୀୟ ଦ୍ଵନ୍ଦ ସମାଧାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍ ଏ ସି ୯ନମ୍ୱର ଓ୍ୱାର୍ଡ ର ଅଙ୍ଗନବାଡ଼ି ଗୃହ ପାଇଁ ବନ୍ଦ ରହିଥିବା ଧୋବା ସାହି ବିଦ୍ୟାଳୟ ଗୃହ ଦେବା ନିମନ୍ତେ ସାହିବାସୀଙ୍କ ପକ୍ଷରୁ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏଡିଇଓଙ୍କୁ ତୁରନ୍ତ ତଦନ୍ତ କରି ଗୃହ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ବାଲିଆ ଗ୍ରାମରେ ୬ଟି ଅଚଳ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେଲେ ୪ଟି ଗ୍ରାମ ବାଲିଆ, କେଏନପୁରୁ, ଖାଜିପଲ୍ଲୀ, ବଡରାମପୁରୁର ଶହ ଶହ ଜମି ଚାଷ ହୋଇପାରିବ ଏନେଇ ଅଭିଯୋଗ କରିଥିଲେ ଜିଲ୍ଲାପାଳ ଅଭିଯୋଗ ଗ୍ରହଣକରି ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ ତଦନ୍ତ କରି କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ପୁରୁଷୋତ୍ତମପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ବିଜ୍ଞାପିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପୁରୁଷୋତ୍ତମପୁର ଏନଏସି ର ଆସ୍କା ଓ ହୂମ୍ମା ମୁଖ୍ୟରାସ୍ତା ରେ ପୂର୍ତ୍ତ ବିଭାଗ ଆରଏଣ୍ଡ ବି ପକ୍ଷରୁ ଆଲୋକିକରଣ ଟେଣ୍ଡର ର ବିଳମ୍ୱ କରିବା ଓ ପ୍ରଧାନମନ୍ତ୍ରୀ ଅବାସ ଯୋଜନାର ଅର୍ଥ ବିଳମ୍ବରେ ମିଳିବାଙ୍କୁ ନେଇ ଅଭିଯୋଗ ହୋଇଛି । ଜିଲ୍ଲାପାଳ ଲୋକମାନଙ୍କ ଭତ୍ତା ସମସ୍ୟା ନେଇ ବ୍ଳକ ପରିସରରେ ଅନ୍ ଲାଇନ୍ ଆବେଦନ ପାଇଁ ଏକ କାଉଣ୍ଟର ଖୋଲିବାକୁ ବିଡ଼ିଓ ଙ୍କୁ ପରାମର୍ଶ ଦେଇଥିଲେ। ଜନଶୁଣାଣି ରେ ଉପଜିଲ୍ଲାପାଳ ପ୍ରଶ୍ନକୁମାର ପାତ୍ର ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ସୁନିଲ୍ କୁମାର ଟୁଡୁ,ଶୃତି ଶୂଭଦର୍ଶ ସାହୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ପି ପଦ୍ମା, ଏନ୍ ଏ ସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର, ଏବିଡିଓ ନିରାକାର ଜେନା, ବ୍ଳକ ଅଧ୍ୟକ୍ଷା ପିଙ୍କି ବେହେରା, ସମେତ ବ୍ଳକର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com