ଓଡ଼ିଶା

କମିଶନରେଟ୍ ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

ଭୁବନେଶ୍ବର: ଅଶାନ୍ତ ହୋଇଉଠିଛି ରାଜଧାନୀ ସହର ।  ସହରରେ ଦିନକୁ ଦିନ ମୁଣ୍ଡ ଟେକୁଥିବା ନୂଆ ନୂଆ ଦାଦା ଗ୍ରୁପ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।  ଅଳ୍ପ ବୟଷର ଯୁବପୀଢି ଏହି ଗ୍ରୁପରେ ସାମିଲ ହୋଇ ନିଜର ପତିଆରା ଜାହିର କରିବାକୁ ପଛାଉ ନାହାନ୍ତି ।  କମିସନରେଟ୍ ପୋଲିସ କବଜାରେ ଏଭଳି ଏକ ଗ୍ୟାଙ୍ଗ୍ ‘ଭାଇ ଗ୍ୟାଙ୍ଗ’ । ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ ।

ଗତ ୨୮ ତାରିଖରେ ସୁନ୍ଦରପଦା ଓମଫେଡ୍ ଦୋକାନୀ ଦୀପୁ ବେହେରାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ମାରଣାସ୍ତ୍ର ଧରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । କିଛି ଦିନ ହେବ ଏହି ଗ୍ୟାଙ୍ଗ ସୁନ୍ଦରପଦା ଅଞ୍ଚଳରେ ଆତଙ୍କ ଖେଳାଇଥିଲେ । ଅଭିଯୁକ୍ତଙ୍କଠାରୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com