ଓଡ଼ିଶା

ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ପାତ୍ରପୁର କାର୍ଯ୍ୟାଳୟ ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ପାଳନ

ବ୍ରହ୍ମପୁର, ୨୬/୦୭/୨୦୨୨- ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ ପରେ ଚିକିଟି ନିର୍ବାଚନ ମଣ୍ଡଳୀ ବି.ଜେ.ପି ପକ୍ଷରୁ ପାତ୍ରପୁର କାର୍ଯ୍ୟାଳୟ ଠାରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ଦ୍ରୌପଦୀଙ୍କ ଗୁଣଗାନ କରାଯିବା ସହ ବାଣ ଫୁଟାଇ କର୍ମୀମାନେ ପରସ୍ପରକୁ ମିଠାଇ ଖୁଆଇଥିଲେ। ଏହି ବିଜୟ ଉତ୍ସବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଗଞ୍ଜାମ ଜିଲ୍ଲା ବି.ଜେ.ପି ମହିଳା ସଭାପତି ମିନା ଦ୍ୟାନ ସାମନ୍ତରା, ଜିଲ୍ଲା ଉପ ସଭାପତି ୱାଇ ମୋହନ ରାଓ, ଜିଲ୍ଲାପରିଷଦ ଏମ କାମରାଜୁ, ଉପାଧକ୍ଷ ଅନାଦି ପଣ୍ଡିତ, ପାତ୍ରପୁର ବ୍ଳକ ଅଧକ୍ଷା ୱାଈ ସଂଯୁକ୍ତା, ମଣ୍ଡଳ ସଭାପତି ଅଜିତ୍ ପ୍ରଧାନ, ଇଶୁରୁ କାଳିଦାସ ରେଡ୍ଡୀ, ବିଧାନ ସଭା ସଂଯୋଜକ ଆପନା ପ୍ରଧାନ, ଜିଲ୍ଲା ବିଜେପି ସଂପାଦିକା ନାଗମା ରାଓ, ସନ୍ତୋଷ ପାତ୍ର, ସରପଞ୍ଚ ଗାୟତ୍ରୀ ପାଣିଗ୍ରାହୀ , ସଦାନନ୍ଦ ନାୟକ, ଏନ୍ ତ୍ରିପତିଙ୍କ ସମେତ ଶହ ଶହ କର୍ମୀ  ଯୋଗ ଦେଇଥିଲେ।

Related Articles

Back to top button