ଅନ୍ତର୍ଜାତୀୟଜାତୀୟରାଜନୀତି

ସିଞ୍ଜୋ ଆବେଙ୍କୁ ଗୁଳିମାଡ ଘଟଣାକୁ ଚାରିଆଡେ ନିନ୍ଦା : ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ମନମୋହନ ସିଂ

ନୂଆଦିଲ୍ଲୀ: ଗୁଳିମାଡର ଶିକାର ହୋଇଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି । କିଛି ଗଣମାଧ୍ୟମରେ ସିଞ୍ଜୋଙ୍କ ହୃଦୟ କାମ କରିବା ବନ୍ଦ କରିଦେଇଥିବା ରିପୋର୍ଟ ଆସୁଛି । ଗୁଳିମାଡ ବେଳର ଭିଡିଓ ବି ସାମ୍ନାକୁ ଆସୁଛି । ତେବେ ଜଣେ ଲୋକପ୍ରିୟ ନେତାଙ୍କୁ ଆକ୍ରମଣ ପରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତଥା ବିଶ୍ୱର ଅନ୍ୟ ବଡ ବଡ ନେତା ଘଟଣାକୁ ନିନ୍ଦା କରିବା ସହ ପ୍ରତିକ୍ରିୟା ରଖିଛନ୍ତି ।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେ ସିଞ୍ଜୋଙ୍କ ଗୁଳିମାଡ ଘଟଣାକୁ ନେଇ ବ୍ୟଥିତ ଅଛନ୍ତି । ସିଞ୍ଜୋ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।

ଜାପାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା କହିଛନ୍ତି ଯେ, ଏହି ଆକ୍ରମଣ ବର୍ବର ଓ ଦୁର୍ଭାଗ୍ୟପୂର୍ଣ୍ଣ । ଏହାକୁ ବରଦାସ୍ତ କରାଯିବନି । ଡାକ୍ତରମାନେ ତାଙ୍କୁ ରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ସରକାର ଯଥାସମ୍ଭବ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ବନ୍ଧୁ ଆବେଙ୍କ ଉପରେ ଆକ୍ରମଣ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ । ଏହି ଖବର ତାଙ୍କୁ ବ୍ୟଥିତ କରିଛି । ଏହାସହ ସମସ୍ତଙ୍କ ପ୍ରାର୍ଥନା ଆବେ ଓ ପରିବାର ସହ ରହିଥିବା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com