ଜାତୀୟ

ସ୍ୱାଧୀନତା ଦିବସରେ ନାଚିଲେ ଦିଦି

ସ୍ୱାଧୀନତା ଦିବସରେ ନାଚିଲେ ଦିଦି। କଳାକାରଙ୍କ ସହ ମିଶି ରାଜରାସ୍ତାରେ ଧମାକାଦାର ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତାରେ ସ୍ୱାଧୀନତା ଦିବସ ଅବସରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ଆସିଥିଲେ। ଆଉ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସେମାନେ ନାଚୁଥିବା ବେଳେ ହଠାତ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସହ ନାଚିବାକୁ ଲାଗିଥିଲେ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଦି କହିଛନ୍ତି, ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି। ଭାରତୀୟମାନେ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମର୍ଥନ କରିବା ଉଚିତ । ସ୍ୱାଧୀନତା ହାସଲ କରିଥିବା ଭାରତୀୟମାନେ ମଧ୍ୟ ସେମାନଙ୍କ ପୂର୍ବପୁରୁଷଙ୍କ ପବିତ୍ର ଐତିହ୍ୟକୁ ସଂରକ୍ଷଣ କରିବା ଉଚିତ୍।

Related Articles

Back to top button
WP Twitter Auto Publish Powered By : XYZScripts.com