![](https://i0.wp.com/odia.mobilenews24x7.com/wp-content/uploads/2022/08/bjp.jpg?resize=750%2C430&ssl=1)
ବ୍ରହ୍ମପୁର,୧୬/୦୮/୨୦୨୨- ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଧାନସଭା ତରଫରୁ ସ୍ଥାନୀୟ ଗାନ୍ଧିନଗର ସ୍ଥିତ କାର୍ଯ୍ୟାଳୟ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ସାଧନତା ଦିବସ ପାଳନ ହୋଇଯାଇଛି । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଉତ୍କଳ ଗୌରବ ମଧୁସୂଦନ ଦାଶକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା । ସାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଭାରତ ବର୍ଷରେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଘରେ ଘରେ ଜାତୀୟ ପତାକା ଲଗାଇ ଦେଶ ମାତୃକାଙ୍କୁ ସମ୍ମାନ ଜଣାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ପ୍ରଭାତ କିରଣ ଷଡଙ୍ଗୀ, ଏନ୍ ରାଜେନ୍ଦ୍ର କୁମାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ଉପ ସଭାପତି ରାମ କୁମାର ପାତ୍ର, ସଂପାଦକ ପ୍ରଦୀପ ଶତପଥୀ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶିବ ଶଙ୍କର ଶତପଥୀ, କର୍ପୋରେଟର ରଂଜିତା ବେହେରା, ସବିତା ସାହୁ, ଡି କରୁଣାକର, ନିଳକଣ୍ଠ ସାହୁ, ମଣ୍ଡଳ ସଭାପତି ଭାବଗ୍ରାହୀ ପାଳଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଦଳର ବହୁ ବରିଷ୍ଠ ନେତା ପ୍ରମୁଖ ଯୋଗ ଦେଇଥିଲେ l