ବାଣିଜ୍ୟ

ଆମେରିକା ବଜାରରେ ଉଡନ୍ତା କାର

ଆମେରିକା, ୧୭/୦୮/୨୦୨୨-  ସମୟ ସବୁଠୁ ମୂଲ୍ୟବାନ । ତେବେ ସମୟ ସହିତ ତାଳ ଦେଇ ଏବଂ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜିର ବିଜ୍ଞାନ କରିଚାଲିଛି ଗୋଟିଏ ପରେ ଗୋଟିଏ ଚମକାଇଲା ଭଳି ଉଦ୍ଭାବନ । ତେବେ ଏହାରି ଭିତରେ ଆମେ ଚଳଚିତ୍ର କିମ୍ବା ବ୍ୟଙ୍ଗଛବିରେ ଦେଖୁଥିବା ଉଡନ୍ତା କାର ବାସ୍ତବରେ ପରିଣତ ହୋଇଛି । ଏହି କାର୍ ରାସ୍ତାରେ ଯିବା ସହିତ ଆକାଶରେ ବି ଉଡ଼ିବ । ଏହାର ନିର୍ମାତା ହେଉଛି ସାମ୍‌ସନ୍ ସ୍କାଇ । ଏହାର ନାମ ସ୍ୱିଚ୍‌ବ୍ଲେଡ୍ ରଖାଯାଇଥିଲାବେଳେ ଆମେରିକା ବଜାରରେ ପ୍ରଥମ ପ୍ରବେଶ ହେଉ ହେଉ ହଜାର ହଜାର ସଂଖ୍ୟାରେ ଲୋକେ ଏହାକୁ ବୁକ୍ କରିଛନ୍ତି । ଦୀର୍ଘ ୧୪ ବର୍ଷର ପରିଶ୍ରମ ପରେ କମ୍ପାନିର ଉଡ଼ନ୍ତା କାର୍ ପ୍ରୋଜେକ୍ଟ ସଫଳ ହୋଇଛି । ଉଡ଼ାଣ ନିମନ୍ତେ ସମସ୍ତ ସୁରକ୍ଷାମୂଳକ ପରୀକ୍ଷାରେ ସ୍ୱିଚ୍‌ବ୍ଲେଡ୍ ପାସ୍ କରିବାପରେ କମ୍ପାନିକୁ ଫେଡେରାଲ ଆଭିଏସନ୍ ଆଡ୍‌ମିନିଷ୍ଟ୍ରେସନ୍ ପକ୍ଷରୁ ଚଳେଇବା ପାଇଁ ଅନୁମତି ମିଳିଛି । । ଗୋଟିଏ ବଟନ୍ ଦବାଇବାର ମାତ୍ର ୩ ମିନିଟ୍ ମଧ୍ୟରେ ଦ୍ରୁତ ବେଗର ଏହି ୩ ଚକିଆ ସ୍ପୋର୍ଟସ କାର୍ ବିମାନରେ ରୂପାନ୍ତରିତ ହୋଇଯିବ । । ୩ ଚକିଆ ହୋଇଥିବାରୁ ଏହାକୁ ଏକ ମୋଟର ସାଇକେଲ ରୂପେ ପଞ୍ଜୀକୃତ କରାଯାଇପାରେ, ଯାହା ୯୧ ଅକ୍ଟେନ୍ ଗ୍ୟାସ୍‌ରେ ଚାଲିବାରେ ସକ୍ଷମ ।
ଏହାର ଏକ ପ୍ରତ୍ୟାହାର ଯୋଗ୍ୟ ଲାଞ୍ଜ ଓ ମୋଡ଼ିହେବା ଯୋଗ୍ୟ ଡେଣା ରହିଛି । ଘଣ୍ଟା ପ୍ରତି ୩୨୧ କିମି ବେଗରେ ୧୬,୦୦୦ ଫୁଟ ଉଚ୍ଚରେ ଉଡ଼ିବାରେ ଏହା ସକ୍ଷମ । ତେବେ ରାସ୍ତାରେ ଘଣ୍ଟା ପ୍ରତି ଶୀର୍ଷ ୨୦୧ ବେଗରେ ଏହା ଗତି କରିପାରିବ । ଏକ ଜଟିଳ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ପାୱାର୍‌ଟ୍ରେନ୍ ଦ୍ୱାରା ଚାଳିତ ସ୍ୱିଚ୍‌ବ୍ଲେଡ୍‌ରେ ୧୯୦ ହର୍ସପାୱାରଯୁକ୍ତ ୧.୬ ଲଟରଯୁକ୍ତ ପେଟ୍ରୋଲ ଇଞ୍ଜିନ୍ ରହିବା ସହ ଏକ ଇଲେକ୍ଟ୍ରିକ୍ ପ୍ରପ୍ ମୋଟର ବି ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com