ବାଣିଜ୍ୟ

କେନ୍ଦୁଝରରେ ଡିଡି ମେଡିକାଲ କଲେଜର ଉଦଘାଟନ କଲେ ନବୀନ

 ଭୁବନେଶ୍ୱର,୧୩/୦୨/୨୦୨୩ –    କେନ୍ଦୁଝର ଗସ୍ତରେ ଯାଇ ସୋମବାର ଡିଡି ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ରାଜ୍ୟର ୧୦ମ ମେଡିକାଲ କଲେଜ । ଏହି ମେଡିକାଲ କଲେଜ ସହ, କ୍ୟାନସର କେୟାରିଂ ଓ ନର୍ସିଂ କଲେଜ ଖୁବଶୀଘ୍ର ଖୋଲାଯିବ ।

ସେହିପରି ୪୭୦୩ କୋଟି ଟଙ୍କାର ୨୫୯ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ଏହାସହିତ ମିଶନ ଶକ୍ତିର ମା’ଙ୍କୁ ବିନା ସୁଧରେ ଋଣ ସହାୟତା ବାବଦକୁ ୩୭୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବିପ୍ଲବୀ ଧରଣୀଧରଙ୍କୁ ମନେ ପକାଇବା ସହ କେବଳ କେନ୍ଦୁଝର ନୁହେଁ ସାରା ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଗୌରବର ଦିନ ବୋଲି ନବୀନ କହିଥିଲେ । ଆଶା କରୁଛି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତମାନର ସେବା ଯୋଗାଇଦେବାରେ ଏହା ସଫଳ ହେବ । ଏଥିଯୋଗୁଁ ଅଧିକ ଡାକ୍ତର ବାହାରିବେ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ । ଏହି ସଭାରେ ଜୟ ମା’ ତାରିଣୀ କହି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com