Featuredବାଣିଜ୍ୟ

୨୨୫ ସହରରୁ ସେବା ବନ୍ଦ କଲା ଜୋମାଟୋ, ୫ ଗୁଣା ବଢିଛି କମ୍ପାନୀର କ୍ଷତି

ନୂଆଦିଲ୍ଲୀ ୧୨:୦୨ : ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ କମ୍ପାନୀର ଡିସେମ୍ବର ତ୍ରେୟିମାସିକ ରିପୋର୍ଟର ଖୁଲାସା । ୨୨୫ ଛୋଟ ସହରରୁ ନିଜ ସେବା ବନ୍ଦ କରିଛି ଜୋମାଟୋ । ଜୋମାଟୋର ମୁଖ୍ୟ ଆର୍ଥିକ ଅଧିକାରୀ ଅକ୍ଷନ୍ତ ଗୋୟଲ କମ୍ପାନୀର ଶେୟାରଧାରକଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, ଆମେ ଜାନୁୟାରୀରେ ୨୨୫ ସହରରୁ ନିଜର ବ୍ୟବସାୟ କମାଇଛୁ ।

କିନ୍ତୁ ଆମେ ଗତ ସପ୍ତାହରେ ଉନ୍ନତି ଦେଖୁଛୁ, ଯାହା ଆମକୁ ଆତ୍ମବିଶ୍ବାସ ଦେଇଛି
ଯେ ସବୁଠାରୁ ଖରାପ ଶେଷ ହୋଇଯାଇଛି । କମ୍ପାନୀ କହିଛି ଯେ ଅକ୍ଟୋବର-ଡିସେମ୍ବର ତ୍ରେୟମାସରେ ଜୋମାଟୋର ରାଜସ୍ୱ ୭୫ ପ୍ରତିଶତ ବୃଦ୍ଧି ହୋଇ ୧୯୪୮ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି କମ୍ପାନୀର କ୍ଷତି ୫ ଗୁଣ ବୃଦ୍ଧି ହୋଇ ୩୪୬ କୋଟିରେ ପହଞ୍ଚିଛି ।
୨୦୨୨, ୩୧ ଡିସେମ୍ବରରେ ଶେଷ ହୋଇଥିବା ୩ ମାସ ପାଇଁ କମ୍ପାନୀର ରାଜସ୍ବ ୩୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହାପୂର୍ବରୁ ଜୋମାଟୋ ସେପ୍ଟେମ୍ବର ତ୍ରେୟମାସରେ ୧୫୮୧କୋଟି ଟଙ୍କା ଏବଂ ଡିସେମ୍ବର ୨୦୨୧ ଶେଷ ହୋଇଥିବା ତ୍ରେୟମାସରେ ୧୨୦୦ କୋଟି ତୁଳନାରେ ୧୫୬୫ କୋଟି ଟଙ୍କା ଆୟ କରିଥିଲା। ଏଥ୍‌ସହିତ ଜୋମାଟୋର ସେୟାରରେ ମଧ୍ୟ ହ୍ରାସ ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com