Featuredଅନ୍ତର୍ଜାତୀୟଜାତୀୟ

ବିଦେଶରେ ଖୋଲିବ ଭାରତୀୟ ୟୁନିଭରସିଟିର କ୍ୟାମ୍ପସ

ଏଣିକି ଭାରତୀୟ ୟୁନିଭରସିଟିର କ୍ୟାମ୍ପସ ବିଦେଶରେ ଖୋଲିବ । ଏ ସମ୍ବନ୍ଧରେ ୟୁଜିସି ସମସ୍ତ ପ୍ରକ୍ରିୟା ଶେଷ କରିସାରିଛି । ବିଦେଶରେ ଭାରତୀୟ ୟୁନିଭରସିଟିର କ୍ୟାମ୍ପସ ଖୋଲିବା ନେଇ ଆସନ୍ତା ଏକ ମାସ ମଧ୍ୟରେ ୟୁଜିସି ଘୋଷଣା କରିପାରେ । ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାରଙ୍କ ମୁତାବକ, ବିଶ୍ୱର କିଛି ରାଷ୍ଟ୍ର ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭିତ୍ତିଭୂମି ଯୋଗାଇବାକୁ ଆଗଭର ହୋଇଛନ୍ତି । ଏହା ମାଧ୍ୟମରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଦେଶରେ ସେମାନଙ୍କର କ୍ୟାମ୍ପସ ଖୋଲି ପାରିବେ । ଆଫ୍ରିକୀୟ ଓ ଗଲଫ ଦେଶ, ଥାଇଲାଣ୍ଡ, ଭିଏତନାମ ପରି କିଛି ରାଷ୍ଟ୍ରରେ ଏହି କ୍ୟାମ୍ପସ ଖୋଲିପାରେ ।

ଦେଶରେ ସରକାରୀ ଓ ଘରୋଇ ଦୁଇ କ୍ଷେତ୍ରର ଅନେକ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଏହି ପ୍ରତିଷ୍ଠାନଗୁଡ଼ିକୁ ବିଦେଶରେ କ୍ୟାମ୍ପସ ଖୋଲିବାକୁ ପ୍ରୋତ୍ସାହିତ କରାଯିବ । ତେବେ ଯେଉଁ ଦେଶରେ ଅଧିକ ପ୍ରବାସୀ ଭାରତୀୟ ରହିଛନ୍ତି, ସେହି ଦେଶ ଭାରତୀୟ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ଖୋଲିବ ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।

ଆଫ୍ରିକୀୟ ଦେଶରେ ଭାରତୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବାର ଅଧିକ ସମ୍ଭାବନା ରହିଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ ସଂଯୁକ୍ତ ଅରବ ଅମୀରାତରେ ନିଜର କ୍ୟାମ୍ପସ ଖୋଲିବା ନେଇ ବିଚାର କରୁଛି । ଏହାଛଡ଼ା ଆଇଆଇଟି ମାଡ୍ରାସର କ୍ୟାମ୍ପସ ଶ୍ରୀଲଙ୍କା, ନେପାଳ, ବ୍ରିଟେନ, ମାଲେଶିଆ, ଥାଇଲାଣ୍ଡ ଓ ତାଞ୍ଜାନିଆରେ ଖୋଲିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com