ବାଣିଜ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇ ଚିଠି ଲେଖିଲେ ଛାତ୍ରୀ

ବାଲେଶ୍ୱର, ୧୭/୦୮/୨୦୨୨-   ପିଲାଦିନରୁ ଜନ୍ମିତ ବାପା ମାଆଙ୍କର କୋଳ ପାଇନଥିବା ଝିଅଟିଏ । ପ୍ରାପ୍ତ ବୟସ୍କ ହୋଇ ସମାଜ କଣ ବୁଝିଲାପରେ  ବଞ୍ଚିବାର ରାହା ଖୋଜୁଛି । । ନିଜର ପାଗେଳୀ ମାଆର ଚିକିତ୍ସା, ଦାରିଦ୍ରର କଷଣ ଓ ଜାତିଆଣା ଭେଦଭାବ ଭିତରେ ନିଜର ସୁଦୂର ଭବିଷ୍ୟତକୁ ନେଇ ଦେଖିଥିବା ସ୍ୱପ୍ନକୁ ପୂôରଣ କରିବାକୁ ସେ ଅସମର୍ଥ ହୋଇପଡିଛି । ଯଦିଓ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଏକ ଶିକ୍ଷକଙ୍କ ସହାୟତାରେ ପାଠ ପଢୁଛି ତଥାପି ନିରାପଦ ଭବିଷ୍ୟତର ସ୍ଥାୟିତ୍ୱ ନେଇ ସୃଷ୍ଟି ହୋଇଛି ତା ମନରେ ପ୍ରଶ୍ନବାଚୀ । ତଥାପି ମନର ଅଭିପ୍ସା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇ ଲେଖିଛି ଚିଠି ଖଣ୍ଡିଏ-

ମୁଖ୍ୟମନ୍ତ୍ରୀ ସାର୍‌, ଭୂମିଷ୍ଠ ପ୍ରଣାମ

ମୁଁ ସୁଭଦ୍ରା ପଣ୍ଡା, କ୍ଲାସ ୧୦, ଫାଦର- ଲେଟ୍ ଶ୍ରୀନିବାସ ପଣ୍ଡା , ମଦର- ଅର୍ଣ୍ଣପୂର୍ଣ୍ଣା ପଣ୍ଡା, ଭିଲେଜ – ପାଟଣାରାଇପୁର , ପୋ.ଅ- କ୍ଷୀରଚୋରା ଗୋପିନାଥ ମନ୍ଦିର, ବ୍ଲକ୍ – ରେମୁଣା ,ଡିଷ୍ଟ- ବାଲେଶ୍ୱର ଆଶା ଓ ଭରଷାରେ ଆପଣଙ୍କ ସାହାଯ୍ୟକୁ ଅପେକ୍ଷା କରୁଛି ।

ସାର୍‌, ମୁଁ ବଡ ହେବା ହେବା ପରେ ଜାଣିଲି ମୋତେ ମୋ ବାପା ପାଳିଛନ୍ତି । ମୁଁ ୨୧ ଦିନର ହୋଇଥିବାବେଳେ ଆଣି ପାଳିଥିଲେ । ମୋର ପ୍ରକୃତ ବାପା ମା କିଏ ଜାଣିନି । ଘରପାଖ ଲୋକଙ୍କ ପାଖରୁ ଶୁଣିଲି ଯେ ମୁଁ ଏକ ଏସ୍‌ସି (କଣ୍ଡରା) ଜାତିର ଛୁଆ ଥିଲି । ମୋ ବାପାଙ୍କ ବ୍ରାହ୍ଣଣ କୁଟୁମ୍ଭମାନେ ମୋତେ ତାଙ୍କ ଘରେ ପୂରାଇ ଦିଅନ୍ତିନାହିଁ । ଦିନ ମଜୁରିଆ ବାପା ରୋଗରେ ପୀଡିତ ହୋଇ ମୁଁ ୨ୟ ଶ୍ରେଣୀରେ ପଢୁଥିବାବେଳେ ମୃତ୍ୟୁବରଣ କଲେ ଓ ମା ଦୀର୍ଘ ୮ ବର୍ଷ ଧରି ପାଗଳ ଭଳି ଜୀବନ ବିତାଉଛନ୍ତି । ଏହି ପାଗଳାମି ଯୋଗୁଁ (୬୭ ବର୍ଷ) ଅତି ରୁଗ୍‌ଣ ଓ ମୋତେ ପିଟାମରା କରିବାସହ ଘରର ଜିନିଷପତ୍ର ଭଙ୍ଗାରୁଜା କରନ୍ତି । ପୁଣି କେବେ ଭଲ ହୋଇଯାଆନ୍ତି । ପ୍ରଥମରୁ କେମିତି ବଞ୍ଚିଛି ଜାଣିନି । କରୋନାରେ ପାଠ ପଢିପାରିଲିନି । ଆପଣଙ୍କ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଚାଉଳ ଓ ଭତ୍ତା ୫୦୦ ରେ ଆମେ ମା ଝିଅ ଚଳୁ । ଔଷଧ ଦେଇ ମାଆଙ୍କୁ ଭଲ କରିବା ମୋ ପାଇଁ ସ୍ୱପ୍ନ । ଖାଇବାକୁ ଭଲରେ ପାଉନୁ । ଏକ କୋଠରୀ ବିଶିଷ୍ଟ ଆଜବେଷ୍ଟ ଘରେ ମାଆ ଝିଅ ଚଳୁଛୁ । କିଛି ବି ଜମିବାଡି ନାହିଁ । ଆମ ପ୍ରତିଶ୍ରୃତି ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୋତେ ବିନା ମୂଳ୍ୟରେ ଟିଉସନ କରନ୍ତି ।

ଏତେ ବଡ ଦୁନିଆରେ ମୁଁ କେମିତି ବଞ୍ଚିବି । ଖୁସି ମୋର ଆଶା ନାହିଁ; ବଞ୍ଚିବା ପାଇଁ ଓ ପାଠ ପଢି ନିଜ ଗୋଡରେ ଠିଆ ହବାକୁ ଇଚ୍ଛା କରୁଛି । ଟିଉସନ ସାର୍ ମୋତେ ସାହସ ଦେଉଛନ୍ତି । ତଥାପି ସାର୍ , ମୋର ସାହସ ପାଉନି । ମୋ ଚାରିପାଖ ଅନ୍ଧାର ଦିଶୁଛି । ଜୀବନରେ ଅଳି ଅଝଟ କଣ ଜାଣିନି । ଶେଷ ଆଶା ଭରଷାରେ ଆପଣଙ୍କୁ ଜଣାଉଛି । ମୁଁ ପାଠ ପଢିବାକୁ ଚାହେଁ ମୋ ମାଆଙ୍କ ର ଚିକିତ୍ସା କରିବାକୁ ଚାହେଁ । ଦୁନିଆଁକୁ ଦେଖିବାକୁ ଚାହେଁ । ନିଜ ଗୋଡରେ ମୁଁ ଠିଆ ହେବାକୁ ଚାହେଁ । ରୋଗିଣା ମାଙ୍କୁ ନେଇ ଆଉ ଲଢି ପାରୁନି ସାର୍  । ମୋତେ ବଞ୍ଚାନ୍ତୁ ସାର୍  । ମୁଁ ବଞ୍ଚିବାକୁ ଚାହେଁ । ପ୍ରଣାମ ସାର୍ ।

ସୁଭଦ୍ରା ପଣ୍ଡା

Related Articles

Back to top button
WP Twitter Auto Publish Powered By : XYZScripts.com