![](https://i0.wp.com/odia.mobilenews24x7.com/wp-content/uploads/2022/08/BT1eT0ZeFqsUrfaV.jpg?resize=780%2C470&ssl=1)
ବିହାରରେ ମହାମେଣ୍ଟ ସରକାରର କ୍ୟାବିନେଟ୍ ବିସ୍ତାର ହୋଇସାରିଛି । ହେଲେ ଏହାପରଠାରୁ ଅନେକ ବିବାଦ ଏବେ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଆରଜେଡି କୋଟାରୁ ମନ୍ତ୍ରୀ ହୋଇଥିବା କାର୍ତ୍ତିକେୟ ସିଂହଙ୍କୁ ନେଇ ବିବାଦ ହୋଇଥିଲା । ଆଉ ଏହାପରେ ଜେଡିୟୁ ବିଧାୟକ ବୀମା ଭାରତୀ ନିଜ ଦଳର ମନ୍ତ୍ରୀ ଲେସି ସିଂହଙ୍କ ବିରୋଧରେ ହିଁ ମୋର୍ଚ୍ଚା ଆରମ୍ଭ କରିଦେଇଛଥିଲେ । ତେବେ ବର୍ତ୍ତମାନ ବୀମା ଭାରତୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଉ ନୀତିଶ କୁମାର ବୀମା ଭାରତୀ ବୟାନରେ ଲେସୀ ସିଂହଙ୍କ ସପୋର୍ଟ ନେଇଛନ୍ତି । ବୀମା ଭାରତୀଙ୍କ ବୟାନ ପରେ ନୀତିଶ କୁମାର କହିଛନ୍ତି କି, ସବୁ ଲୋକଙ୍କୁ ମନ୍ତ୍ରୀ କରାଯାଇପାରିବ ନାହିଁ । ବୀମା ଭାରତୀଙ୍କର ମୁଁ ଯଥେଷ୍ଟ ସମ୍ମାନ ଦିଏ, ହେଲେ ସେ ଭୁଲ କଥା କହିଛନ୍ତି । ମୁଁ ପ୍ରଥମେ ତାଙ୍କୁ ଭଲ ଭାବେ ବୁଝାଇବି । ଯଦି ତା ପରେ ବି ସେ ବୁଝିବେନି, ତେବେ ତା ପରେ ତାଙ୍କ ଇଚ୍ଛା ସେ ଯାହା କରିପାରିବେ ।