ରାଜନୀତି

ରାଜସ୍ଥାନରେ ଗେହଲଟ ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି ।

ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ରାଜସ୍ଥାନ । ମଇଦାନରେ ଚାଲିଛି ଜୋରଦାର ପ୍ରଚାର । ହାତରେ ଖୁବ କମଦିନ ଥିବାରୁ ଘନ ଘନ ପ୍ରଚାର, ରୋଡ ଶୋ, ସଭା ସମିତି କରୁଛନ୍ତି ହେଭିୱେଟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ଭୋଟ ଭିକ୍ଷା ।

ଭରତପୁରରେ ବିଜୟ ସଙ୍କଳ୍ପ ସଭାକୁ ସମ୍ବୋଧିତ କରିଛନ୍ତି ମୋଦି । ଏହି ସମୟରେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି ସରକାର ଗଠନ ପାଇଁ ରାଜସ୍ଥାନର ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି ।

ଏହା ସହିତ ସିଏମ ଗେହଲଟଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, କିଛି ଲୋକ ନିଜକୁ ଯାଦୁଗର ବୋଲି କହୁଛନ୍ତି, କିନ୍ତୁ ରାଜ୍ୟବାସୀ କହୁଛନ୍ତି ଯେ ଡିସେମ୍ବର ୩ ତାରିଖରେ କଂଗ୍ରେସ ଏଠାରୁ ସମ୍ପୂର୍ଣ୍ଣ ରୂପେ ହଟିଯିବ । ଲୋକଙ୍କୁ ମଧ୍ୟ ରାଜ୍ୟରୁ ଦୁର୍ନୀତି ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ପ୍ରତିଶୃତି ଦେଇଛନ୍ତି ମୋଦି ।

କଂଗ୍ରେସ ସରକାର ଯେଉଁଠାରେ ବି ରୁହେ, ଅପରାଧୀ, ଆତଙ୍କବାଦୀ ଏବଂ ଦଙ୍ଗାକାରୀମାନେ ଅନୈତିକ ହୋଇଯାଆନ୍ତି । ତୃଷ୍ଟିକରଣ ପାଇଁ କଂଗ୍ରେସ ଆପଣଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛାଇବ ନାହିଁ ବୋଲି କଂଗ୍ରେସ ଆଟାକ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Related Articles

Back to top button
WP Twitter Auto Publish Powered By : XYZScripts.com