ଅନ୍ୟାନ୍ୟ

ଉତ୍କଳ ବିଶ୍ଵବିଦ୍ୟାଳୟ ଗଣ୍ଡଗୋଳ : ୨ ଅଣଛାତ୍ର ଗିରଫ

 ଭୁବନେଶ୍ୱର,୧୩/୦୨/୨୦୨୩ –   ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟର ସିଟିଜେନ୍ ଫୋରମ ପକ୍ଷରୁ PG କାଉନସିଲ ଅଡିଟୋରିୟମରେ ‘ସମ୍ବିଧାନ ଓ ଶିକ୍ଷା ନୀତି’ ଶୀର୍ଷକ ଆଲୋଚନାଚକ୍ରରେ ଘଟିଥିବା ଗଣ୍ଡଗୋଳରେ ୨ ଅଣଛାତ୍ରଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ୨ ଗିରଫ ଅଭିଯୁକ୍ତ ହେଉଛନ୍ତି ମାନସ ସାହୁ ଓ ସଞ୍ଜୟ ମଲ୍ଲିକ ।

ସୋମବାର JNU ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ରଖିବା ସମୟରେ ABVP ଓ RSS ସଦସ୍ୟ ଆସି ଗାଳିଗୁଲଜ କରିଥିଲେ । ସେମିନାର ବନ୍ଦ କରିବାକୁ ଧମକ ଦେଇଥିଲେ ଏବଂ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ସହିଦ ନଗର ଥାନାରେ ଉଭୟ ପକ୍ଷରୁ ମାମଲା ଦାଏର କରା ଯାଇଥିଲା । ଘଟଣାରେ ଆଉ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com