ଜାତୀୟ
ଯୌତୁକ ହତ୍ୟା ପାଇଁ ଅପରାଧୀଙ୍କୁ ମିଳିବ କଠୋର ଶାସ୍ତି :ସୁପ୍ରିମକୋର୍ଟ
ବର୍ତ୍ତମାନ ସମୟ ଯୌତୁକ ପ୍ରଥାକୁ ରୋକିବା ପାଇଁ କାହିଁ କେତେ ଯେ ନୂଆ ଆଇନ ଅଣାଯାଉଛି । ତେବେ ଯୌତୁକମୃତ୍ୟୁ ମାମଲାରେ ସୁପ୍ରିମ କୋର୍ଟ ତାଙ୍କ ରାୟ ଦେଇଛନ୍ତି । ଝାଡଖଣ୍ଡ ହାଇକୋର୍ଟ ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟ କହିଛନ୍ତି ଯେ ଯୌତୁକ ମୃତ୍ୟୁ ସମାଜ ବିରୋଧରେ ଏକ ଅପରାଧ ଅଟେ । ଏହା ଏକ ଜଘନ୍ୟ ଅପରାଧ ଅଟେ । ଏହି ଅପରାଧ କରୁଥିବା ଲୋକମାନଙ୍କ ପାଇଁ କଠୋର ବାର୍ତ୍ତା ଦିଆଯିବା ଆବଶ୍ୟକ ।
ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ବି.ଭି ନାଗରାତ୍ନ ଙ୍କ ଖଣ୍ଡପୀଠ ର ଶୁଣାଣି ବେଳେ ଦର୍ଶାଯାଇଛି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା 304 ବି ବିଧାନସଭା ଉଦ୍ଦେଶ୍ୟ ହେଉଛି ଯୌତୁକ ମୃତ୍ୟୁ ଅପରାଧି ସହ କଠୋର କାର୍ଯ୍ୟ ନେବା ଆବଶ୍ୟକ । ଏହି ଶୁଣାଣି କରୁଥିବା ବେଞ୍ଚ କହିଛନ୍ତି ଯେ ଉପରୋକ୍ତ ଦିଗକୁ ଦୃଷ୍ଟିରେ ରଖି ଯୌତୁକ ହତ୍ୟା ଦଣ୍ଡକୁ ବିଚାର କରିବାର ଆବଶ୍ୟକତା ରହିଛି। ଆଇନ ଅନୁଯାୟୀ ଅପରାଧ କରିଥିବା ଅପରାଧୀଙ୍କ ସହ କଡା କାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଛନ୍ତି।