ଓଡ଼ିଶାରାଜନୀତି

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ହେଲେ ରଣ୍ଢା ସରପଞ୍ଚ ଅଜିତ ରାଉଳ

ବ୍ରହ୍ମପୁର, ୨୩/୦୮/୨୦୨୨-  ଯୁବ ବିଜେଡ଼ି ନେତା ତଥା ରଙ୍ଗେଇଲୁଣ୍ଡା ବ୍ଳକ ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ରଙ୍ଗେଇଲୁଣ୍ଡା ବ୍ଲକର ସଙ୍ଗଠନକୁ ତୃଣମୂଳ ସ୍ତରରେ ସୃଦୁଢ଼ କରିବା ପାଇଁ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଜିତଙ୍କ ନାମ ଘୋଷଣା କରିଛନ୍ତି । ସେ ଯୁବନେତା ଭାବେ ଦଳରେ ଦୀର୍ଘଦିନ ରହି ଦଳ ପାଇଁ କାର୍ଯ୍ୟକରି ଜିଲ୍ଲା ଏବଂ ସହରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଲୋକଙ୍କ ସମସ୍ୟା ସହ ଜଡ଼ିତ ହୋଇ ରହିବା ସହ ସମସ୍ୟାର ସମାଧାନ ମଧ୍ୟ କରିଥାନ୍ତି । ତାଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାହାସହ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ଜିଲ୍ଲା ବିଜେଡ଼ି ସଭାପତି  ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଦଳ ଦେଇଥିବା ଗୁରୁଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ସହ ସମସ୍ତ ସହଯୋଗୀକର୍ମୀଙ୍କୁ ନେଇ ସଂଗଠନକୁ ସୃଦୃଢ କରିବା ସହ ଜନସାଧାରଣଙ୍କ ଉନ୍ନତି ପାଇଁ  ବିଭିନ୍ନ କଲ୍ୟାଣ ପୂର୍ବକ କାର୍ଯ୍ୟ ଜାରି ରଖିବେ ବୋଲି ଅଜିତ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com