ଓଡ଼ିଶା

ଜିଲ୍ଲାପାଳଙ୍କ ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବ୍ରହ୍ମପୁର, ୨୩/୦୮/୨୦୨୨-   ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  ଏହି ଜନ ଶୁଣାଣିରେ ଉପଖଣ୍ଡ ସ୍ତରୀୟର ସମୁଦାୟ ମୋଟ ୫୬ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୫୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ସମସ୍ୟା, ୩ଟି ଗ୍ରାମ ଭିତ୍ତିକ ସମସ୍ୟା  ରହିଥିଲା ।  ଜଣକୁ ରେଡ୍ କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି ଏବଂ ୪୮ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । ଡି.ତ୍ରିନାଥ ରେଡ୍ଡୀ ,ମଧୁ ଆଚାର୍ଯ୍ୟ ଓ ଏନ୍.ତ୍ରିପତୀ ରେଡ୍ଡୀ ଏହି ତିନି ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ, ପ୍ରଦାନ କରାଯାଇଛି ।

ଜନ ଶୁଣାଣି ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ମହାନଗର ନିଗମ କମିଶନର ଜେ.ସୋନାଲ୍, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳର ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ, ଉପଖଣ୍ଡ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ବିନୋଦ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉମାକାନ୍ତ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କଲ୍ୟାଣୀ ଦାସ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com