ଓଡ଼ିଶା

କୂଅ ଭିତରେ ଭାଲୁ, ଖାଦ୍ୟ ଅନ୍ୱେଷଣରେ ଆସି ଖସିପଡିଲା

ଯାଜପୁର: କୂଅ ଭିତରେ ଭାଲୁ । ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଆସି ଗଭୀର କୂଅ ଭିତରେ ଗଳି ପଡ଼ିଲା ଭାଲୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ନୂଆସାହି ଗ୍ରାମରେ ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଏକ ଭାଲୁ ସୁକିନ୍ଦା ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ସଂସାଇଲୋ ନୂଆସାହି ଗାଁ ଆଡକୁ ଚାଲି ଆସିଥିଲା । ଗାଁରେ ବୁଲାବୁଲି କରୁଥିବା ସମୟରେ ଗାଁର ରାଘବ ମହାନ୍ତଙ୍କ ବାଡ଼ିରେ ଥିବା ଏକ ଗଭୀର କୂଅ ମଧ୍ୟରେ ଭାଲୁଟି ଖସି ପଡ଼ିଥିଲା ।

ତେବେ ଆଜି ସକାଳୁ ରାଘବ ମହାନ୍ତଙ୍କ ପରିବାର ଲୋକେ କୂଅରେ ଭାଲୁ ପଡ଼ିଥିବା ଦେଖି ସୁକିନ୍ଦା ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ସେଠାରେ ପହଞ୍ଚି ଭାଲୁ ଟିକୁ ଗଭୀର କୂଅ ମଧ୍ୟରୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com