କ୍ରୀଡ଼ା

ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦୁର୍ବ୍ୟବହାର

ମୁମ୍ବାଇ, ୨୫ /୦୮/୨୦୨୨-   ଭାରତୀୟ ଦଳର ପୂର୍ବତନ କ୍ରିକେଟର ଇରଫାନ ପଠାନ ଏବଂ ତାଙ୍କ ପରିବାର ସହିତ ଦୁବାଇ ଯାଇଥିବା ବେଳେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦୁର୍ବ୍ୟବହାର କରାଯିବା ସହ ତାଙ୍କ ପରିବାରକୁ ବିସ୍ତାରା ଚେକ୍ ଇନ କାଉଁଣ୍ଟର ନିକଟରେ ପାଖାପାଖି ଦେଢ ଘଣ୍ଟା ଛିଡା କରାଇ ଦିଆଯାଇଥିଲା । ଏହି ଅଭିଯୋଗ ନିଜେ ଇରଫାନ ଆଣିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କ ସହିତ ହୋଇଥିବା ଏହି ଘଟଣାର ଖୁଲାସା କରିଛନ୍ତି । ଅଗଷ୍ଟ ୨୭ ରେ ହେବାକୁ ଥିବା ଏସିଆ କପ୍ ୨୦୨୨ ପାଇଁ  ଇରଫାନ ତାଙ୍କ ପରିବାର ସହ ଦୁବାଇ ଯିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ତାଙ୍କର ଫ୍ଲାଇଟ୍ ଥିବାବେଳେ ଏୟାରପୋର୍ଟରେ ତାଙ୍କ ସହିତ ଖରାପ ବ୍ୟବହାର କରାଯାଇଛି ।

ଇରଫାନ ପଠାନ ତାଙ୍କ ଟୁଇଟ୍ ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ସେ ଦୁବାଇ ଯିବା ପାଇଁ ଏୟାରପୋର୍ଟର ଚେକ୍ ଇନ୍ କାଉଣ୍ଟର ନିକଟରେ ପହଞ୍ଚିବା ପରେ ତାଙ୍କ ସହିତ ଖରାପ ବ୍ୟବହାର କରାଯାଇଛି । ତାଙ୍କ କନଫର୍ମ ଟିକେଟ ସହିତ ବିସ୍ତାରା ଚେକ୍ ଇନ କାଉଁଣ୍ଟର କିଛି ଏପଟ ସେପଟ କରିଦେଇଛନ୍ତି । ଯାହା ପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ପାଖାପାଖି ଦେଢ ଘଣ୍ଟା ଛିଡା ହେବାକୁ ପଡିଥିଲା । ତାଙ୍କ ସହିତ ତାଙ୍କ ପତ୍ନି , ୮ ମାସର ଓ ୫ ବର୍ଷର ଦୁଇଟି ପିଲା ମଧ୍ୟ ଥିଲେ । ତେବେ ଇରଫାନ ଏହି ଘଟଣାକୁ ନେଇ ବିମାନବନ୍ଦର ଉପରିସ୍ଥ ଅଧିକାରୀଙ୍କୁ ନିବେଦନ କରି କହିଛନ୍ତି ଯେ ତାଙ୍କ ସହିତ ହୋଇଥିବା ଏହି ମାମଲାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ । କାରଣ ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଯେଉଁ ପରିସ୍ଥିତି ଦେଇ ମୁଁ ଗତି କରିଛି ଏପରି ଅନ୍ୟ କାହା ସହ ନହେଉ ।

Related Articles

Back to top button
WP Twitter Auto Publish Powered By : XYZScripts.com