ଅନ୍ୟାନ୍ୟ

ଲଜ୍ୟା; ପାରାଦ୍ୱୀପରେ ମହିଳାଙ୍କୁ ଗଣ ଦୁଷ୍କର୍ମ

ମୁଖ୍ୟ ଅଭିଯୁକ୍ତ ଗିରଫ

ପାରାଦୀପ, ୨୭/୦୮/୨୦୨୨-   ଆଶାକର୍ମୀଙ୍କୁ ଅପହରଣ ସହିତ ଦୁଷ୍କର୍ମ ଅଭିଯୋଗ l ପାରାଦୀପ ଇମ୍ପାୟାର୍ସ ହୋଟେଲ ନିକଟରୁ ଚାରିଜଣ ଯୁବକ ଏକ କାରରେ ଉକ୍ତ ଆଶାକର୍ମୀଙ୍କୁ ନେହେରୁ ବଙ୍ଗଳା ଅପହରଣ କରି ନେବା ପରେ ଦୁଷ୍କର୍ମ କରିଥିବା ନେଇ ପାରାଦୀପ ଆଦର୍ଶ ଥାନାରେ ପୀଡିତା ଆଶାକର୍ମୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି l ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଦିନ ତିନିଟାରୁ ଚାରିଟା ଭିତରେ କୌଣସି କାର୍ଯ୍ୟ ନେଇ ଆଉ ଜଣେ ଆଶାକର୍ମୀଙ୍କୁ ଦେଖା କରିବାକୁ ସେ ଆସୁଥିଲେ l ଏହି ସମୟରେ ଇମ୍ପାୟାର୍ସ ହୋଟେଲ ନିକଟରେ ଚାରିଜଣ ଯୁବକ ଏକ ନାଲି ରଙ୍ଗର କାରରେ ମହିଳାଙ୍କୁ ଅପହରଣ କରି ନେହେରୁ ବଙ୍ଗଳା ନେଇ ଯାଇଥିବା ନେଇ ଅଭିଯୋଗ କରିବା ସହିତ ଚାରିଜଣ ଯୁବକ ଦୁଷ୍କର୍ମ କରିଥିବା ପୋଲିସକୁ କହିଛନ୍ତି l ଏହି ଖବର ପ୍ରଚାରିତ ହେବାପରେ  କିଛି ସମୟ ପାଇଁ ଇମ୍ପାୟାର୍ସ ହୋଟେଲ ନିକଟ ନୂଆବଜାର ରାସ୍ତା ଜନଗହଳି ହୋଇ ପଡ଼ିଥିଲା l ତେବେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଜଣକ ଆଶାକର୍ମୀ ଭାବରେ କାର୍ଯ୍ୟ କରୁଥିଲେ l ଦୁଷ୍କର୍ମ ଶିକାର ହୋଇଥିବା ଆଶାକର୍ମୀଙ୍କ ବାପା ଏ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି l ଝିଅକୁ କିପରି ଚାରିଜଣ ଯୁବକ ଅପହରଣ କରି ଗଣ ଦୁଷ୍କର୍ମ କରିଛନ୍ତି ଏ ନେଇ ନିଜର ବୟାନ ରଖିଛନ୍ତି l ଅଭିଯୋଗ ଆଧାରରେ  ଆଦର୍ଶ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ଅନ୍ୟମାନଙ୍କୁ ଗିରଫ କରିବା ନେଇ ପୋଲିସ ତନାଘନା ଚଳାଇଛି l ପୋଲିସ ସକାଳୁ ପୀଡିତାଙ୍କୁ ଡାକ୍ତରୀ ମାଇନା କରିବା ପରେ ତଦନ୍ତ ଜୋରଦାର କରିଛି l ଦୁଷ୍କର୍ମ ଶିକାର ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହିତ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜୋରଦାର କରିଛି l ନିଜ ଝିଅ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ ପୋଲିସ ପ୍ରକୃତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପୀଡିତାଙ୍କ ବାପା ନିବେଦନ କରିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com