ଓଡ଼ିଶା

ମୁନ ଟିଭିର ନୂଆ ଚଳଚ୍ଚିତ୍ର “ଲଭ୍ ଫିଭର” ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ୱର() କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ । ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର । ଭୁବନେଶ୍ଵରରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, “ଲଭ ଫିବର”ର ପୋଷ୍ଟର ରିଲିଜ୍ ହୋଇଛି ।

” ଲଭ ଇମ୍ପସିବୁଲ”ର ଅଡିଓ ରିଲିଜ଼, “ଲଭ ୪୨୦” ଓ “ତୁ ସେଇ ନୀଳ ନୟାନା” ର ଫାଷ୍ଟ ଲୁକ ରିଲିଜ କରିଛି । ଏହାସହ “ପ୍ରେମ କେବେ ହାରେନା” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ଲଭ୍ ଫିଭର” ର ପୋଷ୍ଟର ରିଲିଜ୍ ହୋଇଥିଲା । ଏଥିରେ ମୁଖ୍ୟ ଭୂମିକାରେ ରାଜବୀର, ବନ୍ଦନା ପରମାଣିକ, ପିଣ୍ଟୁ ନନ୍ଦ, ଅଶ୍ରୁମୋଚନ, ଅସୀତ ପତି, ପୁଷ୍ପା ପଣ୍ଡା, ସନ୍ତୋଷ ପଣ୍ଡା, ମୀନକେତନ ।

ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଚନ୍ଦନ ଜାନା ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ପି କୁମାର । ପୋଷ୍ଟର ରିଲିଜ୍ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶଶୀ କୁମାର ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରମେଶ ବାରିକ, ପ୍ରଶାନ୍ତ ମାର୍ଥା, ପ୍ରସନ୍ନ ଦ୍ୱିବେଦୀ, ଡଃ ରଜନୀରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । ଚଳଚ୍ଚିତ୍ରଟି ଆସନ୍ତା ହୋଲି ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ ।

Related Articles

Back to top button
WP Twitter Auto Publish Powered By : XYZScripts.com