ଅନ୍ତର୍ଜାତୀୟଜାତୀୟରାଜନୀତି
ଶେଷ ହେଲା ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ବୈଠକ
ନୂଆଦିଲ୍ଲୀ, ୦୬/୦୯/୨୦୨୨ – ଭାରତ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ଗତବର୍ଷ ଆମେ ବାଂଲାଦେଶ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରିଛୁ । ଆମେ ପ୍ରଥମ ମିତ୍ରତା ଦିବସ ମଧ୍ୟ ପାଳନ କରିଛୁ । ଆଜିର ଦିନରେ ବାଂଲାଦେଶର ବିକାଶରେ ଭାରତର ସବୁଠାରୁ ବଡ ଭୂମିକା ରହିଛି । ସେହିଭଳି ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଧ୍ୟ ବଢିବାରେ ଲାଗିଛି । ଆଗାମୀ ଦିନରେ ବିଦ୍ୟୁତ ପରିଚଳନା କ୍ଷେତ୍ରରେ ଭାରତ ବାଂଲାଦେଶ ମଧ୍ୟରେ କଥାବାର୍ତ୍ତା ଜାରିରହିଛି । ଭାରତ-ବାଂଲାଦେଶ ସମ୍ପର୍କ ଆଗାମୀ ଦିନରେ ନୂଆ ସଫଳତା ହାସଲ କରିବ ।
ସେହିପରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି- ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନର ସଫଳତା ପାଇଁ ସମସ୍ତଙ୍କୁ ମୁଁ ବଧାଇ ଜଣାଉଛି । ମୋଦିଙ୍କ ସହ ମୋର ଆଲୋଚନା ସଫଳ ହୋଇଛି । ଏହାର ଲାଭ ଉଭୟ ଦେଶକୁ ମିଳିବ। ଏହି ବୈଠକରେ ୭ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।