ବାଣିଜ୍ୟ

ବିମାନ ବନ୍ଦରର ୩ ହଜାର ସିଆଇଏସଏଫ୍ ପଦ ରଦ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୦୬/୦୯/୨୦୨୨-   କେନ୍ଦ୍ର ସରକାର ଭାରତୀୟ ବିମାନ ବନ୍ଦର ସୁରକ୍ଷାରେ ବଡ ପରିବର୍ତ୍ତନ କରି ନିୟୋଜିତ ହେବାକୁଥିବା ୩ ହଜାର ସିଆଇଏସଏଫ୍ ପଦ ରଦ୍ଦ କରିଛନ୍ତି । ଏବେ ସେମାନଙ୍କ ସ୍ଥାନରେ ଘରୋଇ ସୁରକ୍ଷାକର୍ମୀମାନଙ୍କୁ ନିଯୁକ୍ତି ଦିଆଯିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଗୃହମନ୍ତ୍ରଣାଳୟ ତରଫରୁ ସଂଯୁକ୍ତ ଭାବେ ପ୍ରସ୍ତୁତ କରାଯାଇଥିବା ୨୦୧୮-୧୯ କାର୍ଯ୍ୟ ଯୋଜନାକୁ ଏବେ ସାରା ଦେଶର ୫୦ ବିମାନବନ୍ଦରରେ ଲାଗୁ କରାଯିବ ।

ବେସାମରିକ ବିମାନ ସୁରକ୍ଷାର ନିୟାମକ ସଂଗଠନ ବିସିଏଏସର ଯୋଜନା ମୁତାବକ ୩୦୪୯ ଟି ସୁରକ୍ଷାକର୍ମୀ ପଦ ରଦ୍ଦ କରାଯାଇଛି । ଏହି ସ୍ଥାନରେ ୧୯୨୪ ଜଣ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ କରାଯିବ । ସେହିଭଳି ସିସିଟିଭି କ୍ୟାମେରା ସ୍ଥାନରେ ସାମଗ୍ରୀ ସ୍କାନର ଭଳି ସ୍ମାର୍ଟ ଟେକ୍ନୋଲୋଜି ବ୍ୟବହାର କରାଯିବ ।

ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ମତରେ ଏଭଳି ଯୋଜନା ମାଧ୍ୟମରେ ୧୯୦୦ ରୁ ଅଧିକ ପଦ ସୃଷ୍ଟି ହୋଇପାରିବ । ଏହାଦ୍ୱାରା ସିଆଇଏସଏଫର ମାନବ ସମ୍ବଳ ବୃଦ୍ଧି ପାଇବ । ବିମାନବନ୍ଦର ସୁରକ୍ଷାରେ ମଧ୍ୟ ଖର୍ଚ୍ଚ କମ୍ କରାଯାଇ ପାରିବ । ବିସିଏଏସର ଯୁଗ୍ମ ମହାନିର୍ଦ୍ଦେଶକ ଜୟଦୀପ ପ୍ରସାଦ କହିଛନ୍ତି ଯେ ଘରୋଇ ସୁରକ୍ଷା ଏଜେନ୍ସି ଓ ସେମାନଙ୍କ କର୍ମଚାରୀଙ୍କୁ ବିସିଏଏସ ଦ୍ୱାରା ନିଯୁକ୍ତି ପ୍ରଦାନ କରାଯିବ ଓ ସେମାନେ ବିସିଏଏସ ନିୟମରେ ସଂଚାଳିତ ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com