ଐତିହ୍ୟ ଓ ସଂସ୍କୃତି

ଆନ୍ଧ୍ର-ଓଡ଼ିଆ କଳାକାର ମହାସଂଘ ଗଠିତ

ବ୍ରହ୍ମପୁର, ୦୯/୦୯/୨୦୨୨ –  ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ବୁଡାରସିଙ୍ଗି ଗ୍ରାମସ୍ଥ ରାମ ମନ୍ଦିର ପରିସରରେ ଆନ୍ଧ୍ରପ୍ରଦେଶ ନିବାସୀ ଓଡ଼ିଆ କଳାକାରମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ଅଭିନେତା ନୀଳକଣ୍ଠ ନାଲ୍ଲାଙ୍କ ଅଧ୍ୟକ୍ଷତାରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ତିରୁପତି ସାହୁ, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ଆନ୍ଧ୍ର ଓଡ଼ିଆ ଶିକ୍ଷକ ସଂଘ ସମ୍ପାଦକ ବୃନ୍ଦାବନ ଦଳେଇ, ତେଲୁଗୁ ଚଳଚ୍ଚିତ୍ର ଓ ଛୋଟ ପରଦା ଅଭିନେତା କୁମାର ନାୟକ, ଜଳନ୍ଧର ସାହୁ ଅତିଥି ଭାବରେ ଯୋଗଦେଇ ଆନ୍ଧ୍ରବାସୀ ଓଡ଼ିଆ କଳାକାରଙ୍କ ପ୍ରତି ଆନ୍ଧ୍ର ସରକାରଙ୍କ ଅଣଦେଖା ପ୍ରତି କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରେଇବା ନିମନ୍ତେ ସ୍ଥିର କରିଥିଲେ ।

ଆନ୍ଧ୍ରପ୍ରଦେଶରେ ଓଡ଼ିଆ କଳା ଓ କଳାକାରଙ୍କ ହିତ  ନିମନ୍ତେ “ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ” ଗଠନ ସମାବେଶ ଦ୍ଵାରା ଅନୁମୋଦିତ ହୋଇଥିଲା । ଏହି ନବ ଗଠିତ ମହାସଂଘର ଉପଦେଷ୍ଟା ଭାବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଓ ଆଇନଜୀବୀ ସତ୍ୟ ନାରାୟଣ ପାଢ଼ୀଙ୍କୁ ଚୟନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com