ଜାତୀୟ

କୁକୁର ମରାକୁ ନେଇ ସୁପ୍ରିମକୋର୍ଟ ଗଲା କେରଳ

ଥିରୁଭାନନ୍ତପୁରମ ; ୧୩ା୯  ଗତ କିଛି ଦିନ ହେଲା ଦେଶର କୋଣ ଅନୁକୋଣରେ କୁକୁର କାମୁଡା ମାମଲା ବୃଦ୍ଧି ପାଇବାରେ ଲାଗିଛି ।  କେରଳରେ ଏହି ସଂଖ୍ୟା ଅଧିକ ରହିଛି । ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଆଉ ଏହାର ସମାଧାନ ପାଇଁ କୁକୁରଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଅନୁମତି ଦେବାକୁ କେରଳ ସରକାର ସୋମବାର ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଛନ୍ତି । କେବଳ ହିଂସ୍ର କୁରୁରଙ୍କୁ ମାରିବା ପାଇଁ ସରକାର ଯୋଜନା କରିଥିବା ସୂଚନା ମିଳିଛି । କେରଳ ଏବେ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ରାଜ୍ୟରେ ବଢୁଥିବା କୁକୁର କାମୁଡା ମାମଲାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି । କୁକୁର କାମୁଡା ମାମଲା ହ୍ରାସ କରିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରାସ୍ତ ହୋଇଛନ୍ତି । ପୌରାଞ୍ଚଳ ମନ୍ତ୍ରୀ ଏମବି ରାଜେଶ କହିଛନ୍ତି । ଯେହେତୁ କେରଳରେ କୁକୁର କାମୁଡ଼ିବା ମାମଲା ବୃଦ୍ଧି ନେଇ ସୁପ୍ରିମକୋର୍ଟ ଏକ ଶୁଣାଣି କରୁଛନ୍ତି, ତେଣୁ ଆମେ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ଅପିଲ କରିଛୁ । ହିଂସାତ୍ମକ ତଥା ରେବିସ ସଂକ୍ରମିତ କୁକୁରକୁ ଲୋକଙ୍କ ଠାରୁ ଦୂରେଇ ରଖିବାକୁ ସରକାର ଅନୁମତି  ମାଗିଛିନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com