ଅନ୍ୟାନ୍ୟ

ଲକ୍ଷପତି ହେଲେ ରଞ୍ଜୀବ

କଟକ, ୧୬/୦୯/୨୦୨୨-  ଲକ୍ଷପତି ହେଲେ ରଞ୍ଜୀବ ।  ଲୋକପ୍ରିୟ ଓଡିଆ ମନୋରଂଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ଆରମ୍ଭ କରାଯାଇଥିଲା ଏକ ମେଗା ପ୍ରତିଯୋଗିତା  ‘ହାତରେ ରିମୋଟ୍ ଧରିଲେ ଗୃହଲକ୍ଷ୍ମୀ, ଦେଖିଲେ ଜୀ ସାର୍ଥକ ଆସିବେ ଲକ୍ଷ୍ମୀ’ । ଏହି ପ୍ରତିଯୋଗିତା ଏପ୍ରିଲ ୯ ରୁ ଆରମ୍ଭ ହୋଇ ମେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଜୀ ସାର୍ଥକରେ ପ୍ରତିଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ଟା ଭିତରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରୁ କିଛି ସରଳ ପ୍ରଶ୍ନ ପଚରା ଯାଉଥିଲା ।

ପ୍ରତିଦିନ ସଠିକ୍ ଉତ୍ତର ଦେଉଥିବା ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳୁଥିଲା । ଏସବୁ ଭିତରେ ପୁରା ପ୍ରତିଯୋଗିତାରେ ଭଦ୍ରକର ରଞ୍ଜୀବ ବିଶ୍ୱାଳ ମେଗା ବିଜେତା ଘୋଷିତ ହୋଇଛନ୍ତି । ସେ ପ୍ରତିଦିନ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ଦେଖୁଥିଲେ ଏବଂ ସବୁ ପ୍ରଶ୍ନର ସଠିକ୍ ଉତ୍ତର ମଧ୍ୟ ଦେଇଥିଲେ । ରଞ୍ଜୀବଙ୍କୁ ଜୀ ସାର୍ଥକ ଅଫିସରେ ୧ ଲକ୍ଷ ଟଙ୍କା ନଗଦ ଦିଆଯିବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି । ଏହି ଖବର ଜାଣିବାପରେ ରଞ୍ଜୀବଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com