କ୍ରୀଡ଼ା

ଦିନିକିଆ କ୍ରିକେଟ୍‌ରୁ ବେନ୍ ଷ୍ଟୋକ୍ସଙ୍କ ଅବସର

ନୂଆଦିଲ୍ଲୀ, ୧୮/୦୭/୨୦୨୨- ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଙ୍ଗଳବାର ଆରମ୍ଭ ହେବାକୁ ଥିବା ପ୍ରଥମ ମ୍ୟାଚ୍ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ହେବ । ସୋସିଆଲ ମିଡିଆରେ ଷ୍ଟୋକ୍ସ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, “ମଙ୍ଗଳବାର ଦିନ ଇଂଲଣ୍ଡ ପାଇଁ ମୋର ଶେଷ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳିବି। ମୁଁ ଏହି ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହା କରିବା ଏକ ଅଦ୍ଭୁତପୂର୍ବ ନିଷ୍ପତ୍ତି ଅଟେ। ମୋର ସାଥୀମାନଙ୍କ ସହିତ ଇଂଲଣ୍ଡ ପାଇଁ ଖେଳିବାର ପ୍ରତ୍ୟେକ ମିନିଟକୁ ମୁଁ ଭଲ ପାଏ। ଏହି ରାସ୍ତାରେ ଏକ ଅବିଶ୍ୱସନୀୟ ଯାତ୍ରା ରହିଛି। ମୁଁ ଏହି ଫର୍ମାଟରେ ମୋର ସାଥୀମାନଙ୍କୁ ଆଉ ୧୦୦% ଦେଇ ପାରିବି ନାହିଁ।” ଜୋ ରୁଟ୍ ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିବା ପରେ ବେନ୍ ଷ୍ଟୋକ୍ସଙ୍କୁ ଏହି ଦାୟିତ୍ୱ ମିଳିଛି। ଏହି କାରଣରୁ ଷ୍ଟୋକ୍ସ, ଆଗକୁ ଦିନିକିଆ କ୍ରିକେଟ୍‌କୁ ତାଙ୍କର ୧୦୦% ପ୍ରଦର୍ଶନ ଦେଇପାରିବେ ନାହିଁ । ତେଣୁ ସେ ଦିନିକିଆ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। ଟେଷ୍ଟ୍ ଦଳର ଅଧିନାୟକ ଥିବା ବେନ୍ ଷ୍ଟୋକ୍ସ ଇଂଲଣ୍ଡ ପାଇଁ ୧୦୪ଟି ଦିନିକିଆ ମ୍ୟାଚ୍ ଖେଳି ୭୪ ଉଇକେଟ୍ ନେବା ସହିତ ୨୯୧୯ ରନ୍ କରିଛନ୍ତି। ଦିନିକିଆ ଖେଳ ଜୀବନରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୦୧୯ ବିଶ୍ୱ କପ୍ ଫାଇନାଲ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରିଥିଲେ। ଏହି ମ୍ୟାଚ୍‌ରେ ସେ ୮୪ ରନ୍ କରି ଅପରାଜିତ ରହିଥିଲେ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମ ବିଶ୍ୱକପ୍ ଜିତିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com