Breaking NewsFeaturedରାଜନୀତି

ରାଜସ୍ଥାନରେ ବସୁନ୍ଧରା ରାଜେଙ୍କୁ ସିଏମ ଚୌକୁ ନ ମିଳିବା ପଛର ରହସ୍ୟ କଣ, ଦେଖନ୍ତୁ ।

୩ ରାଜ୍ୟରେ ଆପ୍ଲାଏ ହୋଇଛି ମୋଦି ଫର୍ମୁଲା । ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକଦମ ଫ୍ରେଶ ଚେହେରା । ଏହି କ୍ରମରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଭଜନ ଲାଲ ଶର୍ମା । ଯାହା ସବୁଠୁ ରୋଚକ ସ୍ଥିତିରେ ଥିଲା । କାରଣ ରେସରେ ଥିବା ଅନେକ ବରିଷ୍ଠ ନେତାଙ୍କୁ ଆଉଟ କରି ପ୍ରଥମ କରି ବିଧାୟକ ହୋଇଥିବା ଭଜନ ପିନ୍ଧିଥିଲେ ସିଏମ ମୁକୁଟ । କିନ୍ତୁ ସବୁଠୁ ବଡ କଥା ହେଲା ଏହିସମୟରେ ରାଜସ୍ଥାନର ମହାରାଣୀ, ୨ଥରର ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ଉପରେ ସମସ୍ତଙ୍କ ନଜର ଥିଲା ।

ଏଥିପାଇଁ କି ସିଏମ ପଦ ପାଇଁ ଜିଦରେ ଥିଲେ ଏହି ଦବଙ୍ଗ ଲେଡି । ହେଲେ ପରବର୍ତୀ ସମୟରେ ଦଳ ତାଙ୍କୁ ମନାଇଥିଲା । ଏବଂ ଭଜନ ନାଁ ଘୋଷଣା କରିବା ପାଇଁ ତାଙ୍କୁ ହିଁ ସୁପାରିଶ କରିବାକୁ କୁହାଯାଇଥିଲା । ଏହି ସମୟରେ ବସୁନ୍ଧରାଙ୍କ ହାତରେ ଥିବା ଏକ କାଗଜ ଉପରେ ସମସ୍ତଙ୍କ ଫୋକସ ରହିଥିଲା । ଯେଉଁଥିରେ ଭଜନଙ୍କ ନାଁ ହିଁ ଲେଖାଯାଇଥିଲା । କିନ୍ତୁ ଏହି ସେ ରାଜନାଥ ସିଂଙ୍କୁ କିଛି କହିବାକୁ ଚାହୁଁଥିଲେ । ହେଲେ ସେତେବେଳେ ରାଜନାଥ ତାଙ୍କୁ ଅଣଦେଖା କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର । ତେବେ ବସୁନ୍ଧରାଙ୍କୁ ସିଏମ ଚୌକି ନ ମିଳିବାକୁ ନେଇ କାହିଁକି ଏତେ ଚର୍ଚ୍ଚା, କଣ ରହିଛି ଏହି ଖେଳ ପଛର କାରଣ, ଆସନ୍ତୁ ଜାଣିବା ।

୧୯୮୪ ମସିହା । ପ୍ରଥମ ଥର ପାଇଁ ନିର୍ବାଚନକୁ ଓହ୍ଲାଇଥିଲେ ରାଜମାତା ସିନ୍ଦିଆଙ୍କ ଝିଅ ବସୁନ୍ଧରା ରାଜେ ସିନ୍ଦିଆ । ତେବେ ମଧ୍ୟପ୍ରଦେଶରେ ବିଫଳତା ପରେ ସେ ବନିଯାଇଥିଲେ ରାଜସ୍ଥାନର ବୋହୁ । ଏହାପରେ ବିଧାୟକ ଓ ସାଂସଦ ହେବା ପରେ ରାଜନୀତିର ଗାଡି ଆଗକୁ ବଢିଥିଲା । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସମ୍ପର୍କ ମଜବୁତ ହୋଇଥିବାରୁ ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ବସୁନ୍ଧରା । ଏହାରି ଭିତରେ ଅନେକ ଉତଥାନ ପତନ ସାମ୍ନାକୁ ଆସିଥିଲା । କେନ୍ଦ୍ରୀୟ ନେତାଙ୍କ ସହ ମନମୋଟାବ ଆସିଥିଲା । ରାଜନାଥ ସିଂ ଓ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ସମୟରେ ବି ଚ୍ୟାଲେଞ୍ଜ ଦେଇଥିଲେ ଏହି ଦବଙ୍ଗ ଲେଡି । ଦିଲ୍ଲୀରେ ବାର ବାର ଲବି ଓ ଇସ୍ତଫା ଦେବା ନେଇ କରିଥିଲେ ଚ୍ୟାଲେଞ୍ଜ । ଏମିତିକି ଏକଦା ରାଜସ୍ଥାନରେ ବସୁନ୍ଧରାଙ୍କ ଏକଛତ୍ରବାଦ ସାଶନ ଚାଲିଥିଲା ।

ଯେଉଁଥିରେ ବିଜେପି ନେତୃତ୍ୱ ବି ଜାଣି ସାରିଥିଲେ ଏହି ଦବଙ୍ଗ ଲେଡିଙ୍କ ଦବଦବା କେତେ ରହିଛି ରାଜସ୍ଥାନରେ । କୁହାଯାଉଥିଲା ସେ ଯେଉଂ ଆଡକୁ ଡଳିବେ ସେ ଆଡକୁ ଭୋଟ ଯିବ । ଏହାସହ ବସୁନ୍ଧରାଙ୍କ ପ୍ରଭାବ ଏତେ ରହିଥିଲା ଯେ ଗୋଟିଏ ଫୋନ କଲରେ ଥରି ଉଠୁଥିଲେ ବୁ୍ୟରୋକାର୍ଟସ । ସେହିପରି ତାଙ୍କ ହାତରେ ଅନେକ ସମର୍ଥକ ଥିବାରୁ ଦଳ ତାଙ୍କୁ ବାହର କରିବା ଚିନ୍ତା ବି କରିପାରୁନଥିଲା । କିନ୍ତୁ ଚଳିତ ନିର୍ବାଚନ ଯେତେବେଳେ ମୋଦି ଚେହେରାରେ ଲଢାଗଲା ସେତେବେଳେ ଏହି ବିଜୟ ମୋଦିଙ୍କ ଖାତାକୁ ଯାଇଥିଲା । ଏବଂ ବିପୁଳ ବିଜୟ ପରେ ଭଜନ ଲାଲଙ୍କୁ ସିଏମ କରିଥିଲା ବିଜେପି । ଆଉ ସେତେବେଳେ ହିଁ ବସୁନ୍ଧରା ବୁଝି ଯାଇଥିଲେ ଖେଳ ଏଥର ଓଲଟି ଯାଇଛି । ପୂର୍ବରୁ ଯେଉଁ ୨ ବଡ ନେତାଙ୍କ ସହ ମୁହାଁମୁହିଁ ହୋଇଥିଲେ, ତାହା ଏଥର ମହଙ୍ଗା ପଡିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com