![](https://i0.wp.com/odia.mobilenews24x7.com/wp-content/uploads/2022/09/114962715_gettyimages-1229153046.jpg?resize=780%2C470&ssl=1)
ଦିଲ୍ଲୀରେ ପୁଣି ପଲ୍ୟୁସନ ଟେନସନ୍ । ଲଗାତାର ଦ୍ୱିତୀୟ ଦିନରେ ବାୟୁର ଗୁଣାବତ୍ତା ଚିନ୍ତାଜନକ ସ୍ଥିତିରେ ରହିଛି । ସୋମବାରଠୁ ଏୟାର କ୍ୱାଲିଟି ଖରାପ ହୋଇଥିବା ବେଳେ ଆନନ୍ଦବିହାର ପଲ୍ୟୁସନ ହଟସ୍ପଟ ପାଲଟିଛି । ଆନନ୍ଦ ବିହାରରେ ଲଗାତାର ଦ୍ୱିତୀୟ ଦିନରେ AQI ୪୧୮ ରହିଛି । ଆଗାମୀ ଦିନରେ ଏୟାର କ୍ୱାଲିଟି ଆହୁରି ଖରାପ ହୋଇପାରେ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି । ବାୟୁ ଗୁଣାବତ୍ତା ଖରାପ ହେଲେ ଏହା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରୁଥିବା ବେଳେ ଅସୁସ୍ଥ ଲୋକଙ୍କୁ ଗମ୍ଭୀର ଭାବେ କ୍ଷତି ପହଞ୍ଚାଇଥାଏ । ଶ୍ୱାସକ୍ରିୟାଜନିତ ସମସ୍ୟା ଥିବା ଲୋକମାନେ ଅତ୍ୟଧିକ ପ୍ରଭାବିତ ହୋଇଥାନ୍ତ । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ୱାଲିଟି ଖରାପ ରହିଛି । ପାର୍ବଣ ଆରମ୍ଭ ହେଉଥିବାରୁ ଟ୍ରାଫିକ ଓ ବାଣ ଯୋଗୁ ପ୍ରଦୂଷଣ ବଢ଼ିବା ଆଶଙ୍କା କରାଯାଉଛି ।