ଜୀବନଶୈଳୀ

ଖାଇବା ପରେ ହଠାତ ଅସୁସ୍ଥ ହୋଇଗଲେ ୧୦ ଛାତ୍ର: ତରକାରୀରେ ମିଶିଥିଲା ଏମିତି ଏକ ମାରାତ୍ମକ ଜିନିଷ

ବାଲେଶ୍ୱର: ଫିନାଇଲ ମିଶା ତରକାରୀ ଖାଇ ଅସୁସ୍ଥ ହୋଇ ପଡିଛନ୍ତି ୧୦ ଜଣ କଲେଜ ଛାତ୍ର । ରୁପସାର ଏକ ଘରୋଇ କଲେଜରେ ଘଟିଯାଇଛି ଏପରି ଏକ ଅଘଟଣ । ୧୦ ଜଣ ଛାତ୍ରଙ୍କ ମଧ୍ୟରୁ ୬ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ ଗୁରୁତର ଛାତ୍ରମାନଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । କିନ୍ତୁ ତରକାରୀରେ ଫିନାଇଲ କିପରି ମିଶିଲା ଏହାକୁ ନେଇ ଏବେ ଉଠିଛି ବିରାଟ ପ୍ରଶ୍ନ ।

ଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ରୁପସାରେ ଏକ ଘରୋଇ କଲେଜର ୧୦ରୁ ଉଦ୍ଧ୍ୱ ଛାତ୍ରଙ୍କ ସ୍ୱସ୍ଥ୍ୟ ଖୁବ ବିଗିଡି ଯାଇଥିବା ସୂଚନା ମିଳିଛି । ତେବେ ଏହାର କାରଣ ସେମାନେ ଖାଇଥିବା ତରକାରୀ ବୋଲି ଜଣାପଡିଛି । ରୋଷେଇ ସମୟରେ ଏହି ତରକାରୀରେ ମିଶିଥିଲା ଫିନାଇଲ । ଫଳରେ ଫିନାଇଲ ମିଶା ତରକାରୀ ଖାଇ ସମସ୍ତ ଛାତ୍ର ଅସୁସ୍ଥ ହୋଇ ପଡିଛନ୍ତି । ତେବେ ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ରୋଷେଇ କରୁଥିବା ବେଳେ ପାଚିକା ଭୁଲରେ ତରକାରୀରେ ଫିନାଇଲ ମିଶାଇ ଦେଇଥିବା ସୂଚନା ମିଳିଛି । ଏମିତି ଏକ ଘଟଣା ଏବେ ସାରା ଅଞ୍ଚଳରେ ଚିନ୍ତାକୂଳ ପରିବେଶ ସୃଷ୍ଟ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com