ଓଡ଼ିଶା

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌, ଦୁଇ ବଜ୍ରକାପ୍ତା ବେପାରୀ ଗିରଫ

ସୋନପୁର: ଏସ୍‌ଟିଏଫ୍‌ ପଞ୍ଝାରେ ଦୁଇ ବଜ୍ରକାପ୍ତା ବେପାରୀ । ଗିରଫ ଦୁଇ ବ୍ୟକ୍ତି ହେଲେ ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଶଙ୍ଖୁଆ ଗାଁର ଅଶୋକ ବିଶୀ ଓ ଡୁଡୁକା ଗାଁର ଜୟକୁମାର ପଟେଲ ବୋଲି ଜଣାପଡିଛି l ତେବେ ଜବତ ହୋଇଥିବା ବଜ୍ରକାପ୍ତାର ଓଜନ ଆଠ କେଜିରୁ ଅଧିକ ଥିବା ଜଣାପଡିଛି l

ଖବର ଅନୁଯାୟୀ, ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ଥାନା ସମ୍ମୁଖରେ ଶନିବାର ବିଳମ୍ବିତ ରାତି ପ୍ରାୟ ୯ଟା ସମୟରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଚଢାଉ କରିଥିଲା ଏସଟିଏଫ୍‌ । ଏହି ଚଢାଉରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରି ଏସଟିଏଫ ଟିମ ବିନିକା ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ l ବର୍ତ୍ତମାନ ବଜ୍ରକାପ୍ତାର ପ୍ରାଥମିକ ଚିକିତ୍ସା ମଧ୍ଯ କରାଯାଇଛି l ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଛେଳିଆ ଜଙ୍ଗଲରୁ ଶଙ୍ଖୁଆ ଗାଁର ଅଶୋକ ବିଶି ଆଣିଥିଲେ l ଏହାପରେ ବଜ୍ରକାପ୍ତାକୁ ଜଙ୍ଗଲରୁ ଧରିବା ପରେ ଦୁଇ ବ୍ୟକ୍ତି ଏକ ବସ୍ତାରେ ଧରି ଆସୁଥିବା ସମୟରେ ଏସଟିଏଫ କର୍ମଚାରୀ କାବୁ କରିଥିଲେ l ଘଟଣାର ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି l

Related Articles

Back to top button
WP Twitter Auto Publish Powered By : XYZScripts.com