କ୍ରୀଡ଼ା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲିଜେଣ୍ଡସ କ୍ରିକେଟର

ଭୁବନେଶ୍ୱର, ୨୬/୦୯/୨୦୨୨-  ଓଡ଼ିଶାରେ ପହଁଞ୍ଚିଲେ ଲିଜେଣ୍ଡସ କ୍ରିକେଟର । ଭୁବନେଶ୍ୱରରେ ପହଁଞ୍ଚିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଲିଜେଣ୍ଡସ କ୍ରିକେଟର । ରବିବାର ସନ୍ଧ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଖେଳାଳିମାନେ । ବାରବାଟୀ ମ୍ୟାଚ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ହକିର ସାର୍ଟ ଉପହାର ଦେଇଥିଲେ ନବୀନ।

ଏହି ସାକ୍ଷାତକାରରେ ମୁଥିଆ ମୁରଲୀଧରନ, ଏସ. ଶ୍ରୀସନ୍ଥ, ଭି.ଆର.ଭି ସିଂ, ରିଆନ ସାଇଡବଟମଙ୍କ ଭଳି ଖେଳାଳି ଉପସ୍ଥିତ ଥିଲେ । ସେପ୍ଟେମ୍ବର ୨୬, ୨୭ ଓ ୨୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ । ସୋମବାର ପ୍ରଥମ ମ୍ୟାଚ ଖେଳିବାକୁ ୨ ଟି ଟିମ ମଣିପାଲ ଟାଇଗରସ ଓ ଭିଲୱାରା କିଙ୍ଗସର ଖେଳାଳି ଭୁବନେଶ୍ୱର ଆସିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com