
ସୁପ୍ରିମକୋର୍ଟରେ ଉଦ୍ଧବ ଗୋଷ୍ଠୀଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ବଡ ଆଶ୍ଵସ୍ତି। ଅସଲି ଶିବସେନା କିଏ ଏହାର ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ। ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ଆବେଦନ ଖାରଜ କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାରେ ଶୁଣାଣି କରି ନିର୍ବାଚନ ଆୟୋଗଙ୍କୁ ପ୍ରକୃତ ଶିବସେନା କିଏ ଏବଂ କେଉଁ ଗୋଷ୍ଠୀକୁ ନିର୍ବାଚନୀ ଚିହ୍ନ ଦିଆଯିବ ତାର ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ମାମଲାର ଶୁଣାଣି ପାଇଁ ଆୟୋଗ ସ୍ଵତନ୍ତ୍ର। ନ୍ୟାୟାଳୟ ଉଦ୍ଧବ ଗୋଷ୍ଠୀଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ବଡ ଆଶ୍ଵସ୍ତି ମିଳିଛି।