ଅନ୍ୟାନ୍ୟ

ବାଲିପାଟଣା ବ୍ଲକରେ ଅହିଂସା ରଥର ପରିକ୍ରମା

ବାଲିପାଟଣା, ୩୦ /୦୯/୨୦୨୨-  ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଲକର ଗୋପବନ୍ଧୁ ଛକ ଠାରୁ ବାଲିପାଟଣା ବ୍ଲକ ଓ ବୁଦ୍ଧନାଥ ହାଇସ୍କୁଲ ସହ ବନମାଳିପୁର ସ୍କୁଲ ପର୍ଯ୍ୟନ୍ତ ଅହିଂସା ରଥ ପରିକ୍ରମା କରିଛି । ମହାତ୍ମା ଗାନ୍ଧୀଙ୍କର ଅହିଂସା ଆନ୍ଦୋଳନ ଯୋଗୁ ବିନା ଯୁଦ୍ଧରେ  ଦେଶ ସ୍ଵାଧୀନ ହୋଇଥିଲା । ଦେଶ ପାଇଁ ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ ରଖିବା ପାଇଁ ଏହି ଅହିଂସା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ସରକାରୀ ସ୍ତରରେ ସମସ୍ତେ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଏହି ଅହିଂସା ରଥ ପରିକ୍ରମାରେ ଯୋଗ ଦେବା ସହିତ ଏକ ୫୦ ଫୁଟର ତ୍ରିରଙ୍ଗା ଧରି ପରିକ୍ରମା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବାଲିପାଟଣା ବ୍ଲକ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବାଲିପାଟଣା ବିଡ଼ିଓ ଆଦିକନ୍ଦ ବେହେରା ଓ ବାଲିପାଟଣା ତହସିଲଦାର, ସୂଚନା ସମ୍ପ୍ରସାରଣ ଅଧିକାରୀ ପଠାଣି ରାଉତ, ବାଲିପାଟଣା ବ୍ଲକ ଚେୟାରମ୍ୟାନଙ୍କ ସହ ଅନ୍ୟ ବିଭାଗର ଅଧିକାରୀ ମାନଙ୍କ ସହ ସ୍ଥାନୀୟ ବିଧାୟକ ଅରବିନ୍ଦ ଢାଲୀ, ନରେନ୍ଦ୍ର ଭୋଳ, କିଶୋର ପରିଡା, ବୁଧନାଥ ବାରିକ, ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପ୍ରସାରଣ ବିଭାଗର ଅଧିକାରୀ ପରିଚାଳନା କରିଥିଲା । ବାଲିପାଟଣା ଥାନା ଅଧିକାରୀ ଓ ବନମାଳିପୁର ଫାଣ୍ଡି ଅଧିକାରୀ ହରେକୃଷ୍ଣ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com