ବାଣିଜ୍ୟ

ଓଡିଶାରେ ଗଡିବ ଅଧିକ ଇଲୋକ୍ଟ୍ରୋନିକ ଭେଇକିଲ

ଭୁବନେଶ୍ୱର, ୦୪ /୧୦/୨୦୨୨-  ଓଡିଶାରେ ଗଡିବ ଅଧିକ ଇଲୋକ୍ଟ୍ରୋନିକ ଭେଇକିଲ । ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କିଛି ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା ଯୋଗ ଦେବାକୁ ଥିବାବେଳେ ଏଥିପାଇଁ କିଛି ଚାର୍ଜିଂ ଷ୍ଟେସନ ନିର୍ମାତା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ନିବେଶକ ସମ୍ମିଳନୀରେ ବହୁ ଖ୍ୟାତାନାମା କମ୍ପାନୀ ଓଡ଼ିଶା ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଦିନକୁ ଦିନ ବଢିଚାଲୁଥିବା ବାୟୂ ପ୍ରଦୂଷଣ ରୋକିବା ଦିଗରେ ଏହା ବଡ ପଦେକ୍ଷପ ହେବ । ଯଦିଓ ଏବେ ଓଡିଶାରେ  ଇଲୋକ୍‌ଟ୍ରୋନିକ୍ସ ଗାଡି ଚାଲିଛି କିନ୍ତୁ ସେତେ ମାତ୍ରାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିନାହିଁ ।

ଏଣୁ ଆଗାମୀ ଦିନରେ ଓଡ଼ିଶାରେ ଅଟୋମୋବାଇଲ କମ୍ପାନୀ ସ୍ଥାପନ ହେବା ସମ୍ଭାବନା ବଢୁଥିବାରୁ ରାଜ୍ୟରେ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଶିଳ୍ପ ଏକ ନୂଆ ସମ୍ଭାବନା ଆଣିବା ଆଶା କରାଯାଉଛି । ଓଡ଼ିଶାରେ ବିଦ୍ୟୁତ ଚାଳିତ ଓ ହାଇବ୍ରିଡ ଯାନ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ଦକ୍ଷ ମାନବ ସମ୍ବଳ ସହିତ ବିଦ୍ୟୁତ, ଜଳ ଓ ଜମିର ସୁବିଧା ରହିଛି । ଏହାଦ୍ୱାରା ବ୍ୟାପକ ନିଯୁକ୍ତି ସୁଯୋଗ ମିଳିପାରିବ । ଦେଶରେ ବିଦ୍ୟୁତ ଚାଳିତ ଯାନର ଚାହିଦା ବଢ଼ୁ ଥିବାରୁ ଏହାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଇଭି-ପଲିସି ୨୦୨୧ ପ୍ରଣୟନ କରିଛନ୍ତି । ପୁରୁଣା ଗାଡ଼ି ସ୍କ୍ରାପ ଶିଳ୍ପ ପାଇଁ ମଧ୍ୟ ଏଥିରେ ପ୍ରୋତ୍ସାହନ ବ୍ୟବସ୍ଥା ଅଛି । ଅନେକ ରାଜ୍ୟ ଏହି ଶିଳ୍ପକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବାବେଳେ ଓଡ଼ିଶାରେ ଇଭି ଶିଳ୍ପର ସମ୍ଭାବନା ବେଶ୍ ଅଧିକ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com